ଓଡିଶା

odisha

ETV Bharat / city

ମଦରେ ଲାଗୁଥିବା ସ୍ବତନ୍ତ୍ର କୋଭିଡ ଶୁଳ୍କ ହ୍ରାସ - BBSR news

ଏବେ ଅତିରିକ୍ତ ୫୦ ପ୍ରତିଶତ ନୁହେଁ, ୧୫ ପ୍ରତିଶତ ଶୁଳ୍କରେ ମିଳିବ ମଦ । ପୂର୍ବରୁ ସ୍ବତନ୍ତ୍ର ଭାବେ ମଦ ଉପରେ 50 ପ୍ରତିଶତ କୋଭିଡ ଫି ଆଦାୟ ହେଉଥିଲା । ଅଧିକ ପଢନ୍ତୁ...

ମଦ ଉପରେ ଲାଗୁଥିବା ସ୍ବତନ୍ତ୍ର କୋଭିଡ ଶୁଳ୍କ ହ୍ରାସ
ମଦ ଉପରେ ଲାଗୁଥିବା ସ୍ବତନ୍ତ୍ର କୋଭିଡ ଶୁଳ୍କ ହ୍ରାସ

By

Published : Jul 9, 2020, 7:57 PM IST

ଭୁବନେଶ୍ବର: ଖସିଲା ମଦ ଉପରେ ଲାଗୁଥିବା ସ୍ବତନ୍ତ୍ର କୋଭିଡ ଶୁଳ୍କ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଡୋଶୀ ରାଜ୍ୟଙ୍କ ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନେଇଛନ୍ତି ସରକାର ।

ମଦ ଉପରେ ଲାଗୁଥିବା ସ୍ବତନ୍ତ୍ର କୋଭିଡ ଶୁଳ୍କ ହ୍ରାସ

ଏବେ ଅତିରିକ୍ତ ୫୦ ପ୍ରତିଶତ ନୁହେଁ, ୧୫ ପ୍ରତିଶତ ଶୁଳ୍କରେ ମିଳିବ ମଦ । ପୂର୍ବରୁ ସ୍ବତନ୍ତ୍ର ଭାବେ ମଦ ଉପରେ 50 ପ୍ରତିଶତ କୋଭିଡ ଫି ଆଦାୟ ହେଉଥିଲା । ଏହାସହ ମଦ ଉପରେ ଅତିରିକ୍ତ କୋଭିଡ ଶୁଳ୍କରୁ ଲାଭବାନ ହୋଇଥିବା ସରକାର ସୂଚନା ଦେଇଛନ୍ତି ।

ଏଥିରୁ ୨୦୦ କୋଟି ଟଙ୍କା ମିଳିଥିବା ବୋଲି ରାଜ୍ୟ ସରକାର କହିଛନ୍ତି । ପୂର୍ବରୁ ମଦ ଦୋକାନକୁ ସରକାର ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଖୋଲିବା ପରେ ମଦ ଦୋକାନ ଆଗରେ ଭିଡ ଜମିଥିଲା । ଏହାକୁ କମ କରିବା ପାଇଁ କୋଭିଡ ଚାର୍ଜ ଲଗାଇବା ସହ ମଦର ହୋମ ଡେଲିଭରୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details