ଓଡିଶା

odisha

ETV Bharat / city

Covid Assistance For Newspaper Hawkers: ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଅନନ୍ୟ ଓ ଯୁଗାନ୍ତକାରୀ କହିଲେ ମାନସ ମଙ୍ଗରାଜ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବାଦପତ୍ର ହକର୍ସମାନଙ୍କୁ କୋଭିଡ ସ୍ବତନ୍ତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ଅଧିକ ପଢନ୍ତୁ

Odisha CM Naveen Patnaik
Odisha CM Naveen Patnaik

By

Published : Dec 23, 2021, 5:18 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବାଦପତ୍ର ହକର୍ସମାନଙ୍କୁ କୋଭିଡ ସ୍ବତନ୍ତ୍ର ସହାୟତା ରାଶି (CM Naveen Patnaik announces Rs 6000 special Covid assistance for newspaper hawkers) ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହକର୍ସମାନଙ୍କୁ ସ୍ଵତନ୍ତ୍ର କୋଭିଡ ସହାୟତା ରାଶି ପ୍ରଦାନ ଓ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ । ଏହା ଅଭିନବ, ଅନନ୍ୟ, ଯୁଗାନ୍ତକାରୀ ଓ ଐତିହାସିକ । କାର୍ଯ୍ୟକ୍ରମରେ ସୂଚନା ଏବଂ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖବରକାଗଜ ହକର (newspaper hawkers) ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ମାନସ କହିଛନ୍ତି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା ଆଜି ଫଳବତୀ ହେବାକୁ ଯାଉଛି । ଏକ ବୃହତ ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି । ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାର ବର୍ଗ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇବେ । ସ୍ଵାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ମିଳିବ । ଦୁର୍ଘଟଣା ଯୋଗୁଁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକରଙ୍କୁ ଦେଢଲକ୍ଷ ଟଙ୍କା, ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇ ଥିବା ହକରଙ୍କୁ ୮୦ ହଜାର ଟଙ୍କା, ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଯୋଗାଇ ଦିଆଯିବ । ହକରଙ୍କ ଏକ ପୂର୍ଣ୍ଣାଙ୍ଗ ଡାଟାବେସ ପ୍ରସ୍ତୁତ ହୋଇଛି । ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । କାମର ସୁବିଧା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମାନସ ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ହଜାର ୨୫୯ ଜଣ ହକରଙ୍କୁ ୬ ହଜାର ଟଙ୍କା ଲେଖାଏଁ ୪ କୋଟି ୩୫ ଲକ୍ଷ ୫୪ ହଜାର ଟଙ୍କା କୋଭିଡ ସ୍ଵତନ୍ତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ସୂଚନା ଓ ସମ୍ବାଦ ପ୍ରସାରଣ କ୍ଷେତ୍ରରେ ହକରମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କ ପାଖରେ ବର୍ଷର ସବୁସମୟରେ ସେମାନେ ଖବର ପହଞ୍ଚାଇଥା’ନ୍ତି । କୋଭିଡ ମହାମାରୀ ସମୟରେ ସଂକ୍ରମଣକୁ ଭ୍ରୁକ୍ଷେପ ନକରି ଜନସାଧାରଣଙ୍କୁ ଖବର ସହ ଯୋଡିବା ପାଇଁ ସେମାନେ ବହୁକଷ୍ଟ ସ୍ଵୀକାର କରିଥିଲେ । ସେମାନଙ୍କ ଏହି ପରିଶ୍ରମ ଓ ନିଷ୍ଠାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ଆଜି ସେମାନଙ୍କୁ ଯେଉଁ ସ୍ଵତନ୍ତ୍ର କୋଭିଡ ସହାୟତା ରାଶି ପ୍ରଦାନ ଓ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ଖବରକାଗଜ ହକର୍ସମାନଙ୍କ କଲ୍ୟାଣାର୍ଥେ ଏହି ଉଦ୍ୟମ ନିଶ୍ଚିତରୂପେ ସମଗ୍ର ଦେଶରେ ଏକ ଅପୂର୍ବ ଉଦାହରଣ ସୃଷ୍ଟି କରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details