ଭୁବନେଶ୍ବର: ସ୍ପେଶାଲ କ୍ୟାଟେଗୋରୀ ଷ୍ଟେଟ ଓଡ଼ିଶାର ହକ । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସାମିଲ ହେବେ । ବୈଠକରେ ଓଡ଼ିଶାକୁ ଫୋକ୍ସି ଷ୍ଟେଟ ଦାବି ଜୋରଦାର ହେବା ଦରକାର । କଂଗ୍ରେସ ଏହାକୁ ସମର୍ଥନ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ତାରା କହିଛନ୍ତି ଯେ, ରାଜ୍ୟରୁ କେନ୍ଦ୍ର ଯେତିକି ଟଙ୍କା ପାଉଛନ୍ତି, ସେଥିରୁ 20 ପ୍ରତିଶତ ଦେଲେ ଓଡ଼ିଶାର ବିପୁଳ ବିକାଶ ହୋଇପାରିବ । ରାଜ୍ୟ ବିକାଶର 20 ପ୍ରତିଶତ ଦବୀକୁ କଂଗ୍ରେସ ସମର୍ଥନ କରୁଛି । କିନ୍ତୁ ଓଡ଼ିଶା ଫୋକ୍ସି ଷ୍ଟେଟ ହେବା ଦରକାର । ଓଡ଼ିଶା ଯଦି ଫୋକ୍ସି ଷ୍ଟେଟ ହେବନାହିଁ, ତେବେ ଦେଶରେ ଆଉ କୌଣସି ରାଜ୍ୟ ହେବା ପାଇଁ ଯୋଗ୍ୟ ନୁହେଁ । ଓଡ଼ିଶାରେ ଖଣି, ଖଦାନ, ଆଦିବାସୀ ଲୋକ ଅଛନ୍ତି । ଯାହାଙ୍କୁ ବିସ୍ଥାପନ କରି କଳ କାରଖାନା ହେଉଛି । ସେମାନଙ୍କର ବିକାଶ ଲାଗି ରାଜ୍ୟ ସରକାରଙ୍କର ଏହି ଦାବି ସ୍ୱାଗତଯୋଗ୍ୟ । ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ରାଜ୍ୟ ସମ୍ମୁଖୀନ ହେଉଛି । କୋଷ୍ଟଲ ହାଇୱେ କେନ୍ଦ୍ର ଓ ରାଜ୍ୟ କରିପାରୁନାହାନ୍ତି ।
ବ୍ରହ୍ମପୁରରୁ ବାଲେଶ୍ଵର କୋଷ୍ଟଲ ହାଇୱେ ବନ୍ୟା ଓ ବାତ୍ୟା ମୁକାବିଲା ସହଜ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ରାଜନୈତିକ ଏଜେଣ୍ଡା ରଖି ଯେତେବେଳେ ଦରକାର ସ୍ପେଶାଲ କ୍ୟାଟେଗୋରୀ ଷ୍ଟେଟ ମାଗୁଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ବହୁତ ଜୋରରେ ପାଟି କରୁଛନ୍ତି । ବିଜୁ ଜନତା ଦଳ ଓ ବିଜେପି ମିଶିକି ଅଛନ୍ତି । କାହା ସହିତ କାହାର ଲଢେଇ ନାହିଁ । ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହା ମାଗିବେ, ଓଡ଼ିଶାର ସ୍ଵାର୍ଥ ପାଇଁ କଂଗ୍ରେସ ସ୍ୱାଗତ କରିବ । ଉପା ସରକାର ସମୟରେ ଯେତିକି ଟଙ୍କା ଆସୁଥିଲା ଏବେ ଆଉ ସେତିକି ଆସୁନାହିଁ । ନରେଗା ଯୋଜନା କଂଗ୍ରେସ ଯୋଜନା । ସବୁ ଯୋଜନାକୁ ବିଜେପି ହାଇଜାକ କରିଛି । ପରବର୍ତ୍ତୀ ସମୟରେ ରାଜ୍ୟକୁ କଣ ଦେବ ଏଥର ଜଣାପଡିବ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବାରୁ ସେ ରାଜ୍ୟସଭା ମେମ୍ବର ହେଲେ । ଉଭୟ ସଦନରେ ପ୍ରତ୍ୟେକ ବିଲକୁ ବିଜେଡି ସମର୍ଥନ କରୁଛି । ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଓଡ଼ିଆ ଝିଅଙ୍କୁ ସମର୍ଥନ କଲେ । ଉପ ରାଷ୍ଟ୍ରପତି ଯିଏ ଜାତି କି ମାଟିର ପୁଅ ନୁହେଁ ତାଙ୍କୁ ମଧ୍ୟ ସମର୍ଥନ କଲେ । ତେଣୁ ଏବେ ଦାବି ଜୋରଦାର କରି ହକ ମାଗନ୍ତୁ ବୋଲି ତାରା କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର