ଓଡିଶା

odisha

ETV Bharat / city

ତୃତୀୟ ଲହରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ - ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ରାଜ୍ୟରେ ତୃତୀୟ ଲହରର ଆଶଙ୍କା ରହିଛି । ଏହାର ମୁକାବିଲା କରିବାକୁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

By

Published : Jul 4, 2021, 3:38 PM IST

ଭୁବନେଶ୍ବର:ରାଜ୍ୟରେ ଦ୍ବିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ରହିଛି । ଏହାର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ଏହା ସହିତ ତୃତୀୟ ଲହରରେ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ଜିଲ୍ଲାସ୍ତରରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି । ସବୁ ମେଡିକାଲରେ SNCU, NICU ଓ ସ୍ବତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ଟିକାକରଣ ଓ ନିୟମ ପାଳନ ମୁକାବିଲାର ମୂଳମନ୍ତ୍ର । 17 ଜୁନରୁ ଆମେ ଏ ନେଇ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରି ସମସ୍ତ ଜିଲ୍ଲାପାଳ ଓ ମେଡ଼ିକାଲ କଲେଜମାନଙ୍କୁ ଅବଗତ କରାଇଛୁ । ତୃତୀୟ ଲହର ପାଇଁ ଡାକ୍ତର ଓ ନର୍ସ ମାନଙ୍କୁ ତାଲିମ ଦେଇଛୁ । ସିଏଚସି ସ୍ତରରେ ବି ଟ୍ରେନିଂ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ବିଶେଷଜ୍ଞମାନଙ୍କ ମତ ଅନୁସାରେ ତୃତୀୟ ଲହର ଏହା ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବ । ତେଣୁ ଆମେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ଏସଡ଼ିଜିଏସ୍ ମାନଙ୍କୁ ନିର୍ଦ୍ଦେଶ ଦେଇଛୁ ଅତିକମରେ 10ଟି ଆଇସୋଲେସନ ବେଡ଼ ପ୍ରସ୍ତୁତ କରିବା ପାଇଁ । ସିଏଚସି ସ୍ତରରେ 2 ରୁ 4 ଟି ବେଡ଼ର ବ୍ୟବସ୍ଥା ପାଇଁ ମଧ୍ୟ କୁହାଯାଇଛି । ସେହିପରି ସବୁ ମେଡ଼ିକାଲ କଲେଜ ଯେପରି ଭୀମସାରରେ ଏନଆଇସିୟୁ 20 ବେଡ଼,ଏସସିବିରେ 10ଟି ବେଡ଼,ବାଲେଶ୍ଵରରେ 10 ବେଡ଼ ଏମିତି 64 ଏନଆଇସିୟୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡା ପିଆଇସିୟୁ 94ଟି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଚଡ଼ିୟୁ ମଧ୍ୟ 44ଟି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପିଲାମାନଙ୍କ ପାଇଁ ଅଲଗା ୱାର୍ଡ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହା ଛଡା ପିଲାମାନଙ୍କ ବାପାମାଆ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ଲହର ବର୍ତ୍ତମାନ ଟିକିଏ ନିୟନ୍ତ୍ରଣକୁ ଆସିଛି । ମାତ୍ର ସମ୍ପୂର୍ଣ୍ଣ ଯାଇ ନାହିଁ । ସମସ୍ତଙ୍କୁ ସାବଧାନତା ଅବଲମ୍ବନ କରିବାରୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସଚେତନ ହେଲେ ହିଁ କୋରୋନା ହାରିବ ଓଡିଶା ଜିତିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details