ଭୁବନେଶ୍ବର: ରାଜ୍ୟରେ ମାତିଛନ୍ତି ଧଳା ଜହର ବେପାରୀ । ନା ଅଛି ପୋଲିସକୁ ଭୟ ନା ଅଛି ଆଇନକୁ । ଖୁଲମଖୁଲ୍ଲା ଚଳାଇଛନ୍ତି ବ୍ରାଉନ ସୁଗାର ସାମ୍ରାଜ୍ୟ । ପୋଲିସର ବାରମ୍ବାର ଚଢାଉ, ଗିରଫଦାରୀ ବ୍ରାଉନ ସୁଗାର ବେପାରୀଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ । ଏବେ ରାଜ୍ୟ ବାହାରୁ ରାଜ୍ୟକୁ ଆସୁଛି କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ।
ତେବେ ରବିବାର ଏସଟିଏଫକୁ ମିଳିଛି ବଡ ସଫଳତା । ଗୋଟିଏ ଦିନରେ 2ଟି ସ୍ଥାନରେ ଚଢାଉ କରି ଗିରଫ କରିଛି 8 ଜଣଙ୍କୁ । ପ୍ରଥମେ ବାଲେଶ୍ବର ଜଳେଶ୍ବରରେ ଚଢାଉ କରି ଗିରଫ କରିଛି କଦର ମହମ୍ମଦ ନାମକ ଜଣେ ବେପାରୀଙ୍କୁ । ତାଙ୍କ ଠାରୁ 35 ଗ୍ରାମ ବ୍ରାଉନ ସୁଗାର ସହ 1 ଲକ୍ଷ 47 ହଜାର ଟଙ୍କା ଜବତ କରିଛି । ଏତଦ ବ୍ୟତିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ।