ଓଡିଶା

odisha

Odisha Legislative Council Resolution: କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିବେ ବାଚସ୍ପତି

By

Published : Feb 12, 2022, 3:21 PM IST

ଓଡି଼ଶା ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ବାଚସ୍ପତି ୨ଟି ଚିଠି ଲେଖିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Odisha Legislative Council Resolution: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିବେ ବାଚସ୍ପତି
Odisha Legislative Council Resolution: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିବେ ବାଚସ୍ପତି

ଭୁବନେଶ୍ବର: ଓଡି଼ଶା ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । ସଂସଦରେ ଭୁଲ ତଥ୍ୟ ନେଇ ମନ୍ତ୍ରୀଙ୍କୁ ସୋମବାର ଦୁଇଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଯେଉଁ ଅଧିକାରୀ ମାନେ ଏଭଳି ଭୁଲ ତଥ୍ୟ ଦେଲେ ଆଉ ମନ୍ତ୍ରୀଙ୍କ ଦ୍ବାରା ଭୁଲ କୁହାଇଲେ ସେମାନଙ୍କ ବିରୋଧରେ ତଦନ୍ତ କରିବାକୁ ବାଚସ୍ପତି ବ୍ୟକ୍ତିଗତ ଭାବେ ମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ।

Odisha Legislative Council Resolution: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିବେ ବାଚସ୍ପତି

ଗୋଟିଏ ଚିଠିରେ ୨୦୧୮ରୁ ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ବିଭାଗ ଏବଂ ଆଇନ ବିଭାଗର ସଚିବ ମାନଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିବା ବେଳେ କାହିଁକି ମନ୍ତ୍ରୀ ସଂସଦରେ ଭୁଲ ତଥ୍ୟ ରଖିଲେ ଏ ସମ୍ପର୍କରେ ଉଲ୍ଲେଖ ରହିବ ।

ଏହା ବି ପଢନ୍ତୁ: ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ: ବାଚସ୍ପତି

ତେବେ ସୂଚନା ଥାଉ କି ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରୁ ଚେଷ୍ଟା କରାଯାଉଛି । ଏନେଇ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ୨୦୧୫ ଜାନୁୟାରୀ ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । ୨୦୧୮ ମସିହା ସେପ୍ଟେମ୍ବର ୬ରେ ବିଧାନ ପରିଷଦ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା ।

ମାତ୍ର ଓଡିଶା ବିଧାନ ପରିଷଦ ଗଠନ ପାଇଁ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କହିଥିଲେ ଯେ, ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ । କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଥା ରାଜ୍ୟବାସୀ ଓ ଓଡ଼ିଶା ସରକାରଙ୍କୁ ଚକିତ କରିଛି ବୋଲି କହିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details