ଭୁବନେଶ୍ବର : ବିଧାନସଭାରେ ବାଚସ୍ପତିଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ ରୁଲିଂ। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଜାତୀୟ ସ୍ତରର ଦୁଇ କଂଗ୍ରେସ ନେତାଙ୍କ ନାମ ନେଇଥିବାରୁ ଏହାକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଏହା ସହ ସବୁ ବିଶ୍ବବିଦ୍ୟାଳୟର ବାର୍ଷିକ ରିପୋର୍ଟ ସହ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ମଧ୍ୟ ବାଚସ୍ପତି କହିଛନ୍ତି ।
ଗତ ଦୁଇଦିନ ଧରି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ କଥାକଟାକଟି ହୋଇଥିଲେ। ଏପରିକି କଥା ଛଳରେ ବିରୋଧୀ ଦଳର ଉପନେତା ଦୁଇ ଜାତୀୟ ସ୍ତରର କଂଗ୍ରେସ ନେତାଙ୍କ ନାମ ନେଇଥିଲେ । ତେବେ ବିଧାନସଭାରେ ବାହାର ନେତାଙ୍କୁ ନେଇ ଗୃହରେ ଚର୍ଚ୍ଚା ହୋଇପାରିବ ନାହିଁ ବୋଲି ନିୟମ ରହିଥିବାରୁ ବାଚସ୍ପତି ଏହାକୁ ଅନୁଧ୍ୟାନ କରି ବିବରଣୀରୁ ବାଦ୍ ଦେବା ପାଇଁ ରୁଲିଂ ଦେଇଛନ୍ତି।