ଓଡିଶା

odisha

ETV Bharat / city

ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ବାର୍ଟର - mla quarters eviction

ଖୁବଶୀଘ୍ର ଭଙ୍ଗା ହେବ ଏମଏଲଏ କଲୋନୀ। ଯେଉଁ ବିଧାୟକ ମାନେ କ୍ବାର୍ଟର ଛାଡିନାହାଁନ୍ତି ସେମାନେ ଦୁଇ ତିନି ଦିନ ଭିତରେ ଛାଡିଦେବେ । ପରେ ଏକା ସାଙ୍ଗରେ ଏହି କଲୋନୀ ଭଙ୍ଗାଯିବ । ଏପରି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

mla quarters
‘ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ବାର୍ଟର’

By

Published : Dec 31, 2019, 11:36 PM IST

ଭୁବନେଶ୍ବର: ଖୁବଶୀଘ୍ର ଭଙ୍ଗା ହେବ ଏମଏଲଏ କଲୋନୀ। ଯେଉଁ ବିଧାୟକ ମାନେ କ୍ବାର୍ଟର ଛାଡିନାହାଁନ୍ତି ସେମାନେ ଦୁଇ ତିନି ଦିନ ଭିତରେ ଛାଡିଦେବେ । ପରେ ଏକା ସାଙ୍ଗରେ ଏହି କଲୋନୀ ଭଙ୍ଗାଯିବ । ଏପରି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

‘ଖୁବଶୀଘ୍ର ଭଙ୍ଗାହେବ ଏମଏଲଏ କ୍ବାର୍ଟର’

ଏହାସହ ବିଧାୟକଙ୍କ ପାଇଁ ବହୁତଳ ପ୍ରସାଦ ନିର୍ମାଣ ପାଇଁ ବଜେଟରେ ଅର୍ଥର ପ୍ରବଧାନ କରାଯାଇଛି। ନିକଟରେ ରାଜ୍ୟର ଇଞ୍ଜିନିୟର ମାନେ ଦିଲ୍ଲୀ ଯାଇ ସାଂସଦ ମାନଙ୍କ ପାଇଁ ନିର୍ମିତ ବହୁତଳ ପ୍ରସାଦ ଦେଖି ଫେରିଛନ୍ତି। ଆଗକୁ କ୍ବାଟର୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଦଶ ମହଲା ବିଶିଷ୍ଟ ଅତ୍ୟାଧୁନିକ ବହୁ ତଳ ପ୍ରସାଦ ନିର୍ମାଣ ପାଇଁ ପ୍ରସ୍ତାବ ହେବା ପରେ ପୂର୍ତ୍ତ ବିଭାଗ ବିଧାୟକଙ୍କ କ୍ବାର୍ଟର ଭାଙ୍ଗିଥିଲା । ମାତ୍ର ଦୁଇଟି ବିଧାୟକଙ୍କ କ୍ବାର୍ଟର ଭାଙ୍ଗି ଆଉ ଭାଙ୍ଗି ନଥିଲା ପୂର୍ତ୍ତ ବିଭାଗ । ତେବେ ଏହା ଏକା ସାଙ୍ଗରେ ଭଙ୍ଗାଯିବ ବୋଲି ଜଣାପଡିଛି ।

ସୂଚନାଥାଉକି, ବିଧାୟକଙ୍କ ପାଇଁ 10 ମହଲା ବିଶିଷ୍ଟ ବହୁତଳ ପ୍ରସାଦ ନିର୍ମାଣ କରାଯିବ। ଏହି ଅତ୍ୟାଧୁନିକ କୋଠାରେ ଉଦ୍ୟାନ, ବ୍ୟାୟାମଶାଳା, ଗାଡି ପାର୍କିଂ, ସୁଇମିଙ୍ଗ ପୁଲ, ଆପାତକାଳୀନ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ, ପାଠାଗାର ଆଦି ବ୍ୟବସ୍ଥା ମଧ୍ୟ ରହିବ। ଭଙ୍ଗା ହେବାକୁ ଥିବା 42ଟି କ୍ବାଟର୍ସ ମଧ୍ୟରୁ ବର୍ତ୍ତମାନ 21 ଟି କ୍ବାଟର୍ସ ଖାଲି ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details