ଭୁବନେଶ୍ବର: ଆଉ ନାହାନ୍ତି ବିଧାୟକ ତଥା ବିଜେପି ଟାଣୁଆ ନେତା ବିଷ୍ଣୁ ସେଠୀ । ୬୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକ ବାର୍ତ୍ତାରେ ବାଚସ୍ପତି ଆରୁଖ କହିଛନ୍ତି ଯେ, "ଜଣେ ସ୍ପଷ୍ଟବାଦୀ ତଥା ଲୋକପ୍ରିୟ ରାଜ ନେତା ଭାବେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସେ ପ୍ରିୟଭାଜନ ଥିଲେ ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ଓଡିଶା ରାଜନୈତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି । ସ୍ଵର୍ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ।"
ସେହିପରି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ୬୧ ବର୍ଷ ବୟସରେ ଆମକୁ ଛାଡି ଚାଲିଗଲେ । ସେ ଜଣ ସରଳ ନମ୍ର ବ୍ୟକ୍ତିତ୍ବର ବିଧାୟକ । ଆଜି ଜଣେ ବହୁତ ଭଲ ବିଧାୟକଙ୍କୁ ଆମେ ହରାଇଛୁ । ବିଧାନସଭାରେ ଲୋକଙ୍କ ସମସ୍ୟାକୁ ସେ ବହୁତ ଭଲ ଭାବେ ଉଠାନ୍ତି । ରାଜ୍ୟର ବିକାଶକୁ କଥା କୁହନ୍ତି ଆଇନ ଶୃଙ୍ଖଳା ଉପରେ କୁହନ୍ତି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।