ଭୁବନେଶ୍ବର:ସମ୍ପୂର୍ଣ୍ଣ ଉତ୍ତର ଭାରତ ଓ ରାଜସ୍ଥାନରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦେଶ ସମେତ ରାଜ୍ୟର କିଛି ଅଞ୍ଚଳରୁ ଏହି ମୌସୁମୀ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବିଦାୟ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ବୁଧବାର ଠାରୁ ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ଆରମ୍ଭ କରିଥିଲା । ଧୀରେ ଧୀରେ ଏହା ରାଜସ୍ଥାନର ପଶ୍ଚିମାଞ୍ଚଳ ଓ ଗୁଜୁରାଟ ଦେଇ ଫେରିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଥିଲା । ତେବେ ୧୯୬୦ ମସିହା ପରେ ଦ୍ବିତୀୟ ଥର ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବାରେ ବିଳମ୍ବ କରିଛି । ଗତ ୨୦୧୯ ମସିହାରେ ଅକ୍ଟୋବର ୯ ତାରିଖରେ ମୌସୁମୀ ଉତ୍ତର-ପଶ୍ଚିମ ଭାରତରୁ ବିାଦୟ ନେଇଥିଲା ।