ଭୁବନେଶ୍ବର: ଚଳିତବର୍ଷ ଜୁନ ପହିଲାରେ କେରଳରେ ପ୍ରଥମ ସ୍ପର୍ଶ ଦେଇଥିଲା ମୌସୁମୀ । ହେଲେ ଓଡିଶାରେ ଏବେ ଯାଏଁ ଆଶାନୂରୁପ ବର୍ଷା ହୋଇନାହିଁ । ଯାହା ଫଳରେ ଚିନ୍ତାରେ ଚାଷୀକୂଳ । ହେଲେ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି କଣ ରହିଛି ଆସନ୍ତୁ ଜାଣିବା ।
1 ଜୁନରୁ 10 ଅଗଷ୍ଟ 2020 ମଧ୍ୟରେ ଓଡିଶାରେ 601.62 ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା 688.1 ମିମି ଠାରୁ 13 ପ୍ରତିଶତ କମ । 1 ଜୁନରୁ 10 ଅଗଷ୍ଟ 2020 ମଧ୍ୟରେ ରାଜ୍ୟର 12 ଗୋଟି ଜିଲ୍ଲା, ଯାଜପୁର (-୩୯%), ଖୋର୍ଦ୍ଧା (-୩୨%), ବାଲେଶ୍ବର (-୩୧%), କେନ୍ଦ୍ରାପଡା (-୨୮%),ସୋନପୁର (-୨୭%) , କଟକ(-୨୭%), ପୁରୀ (-୨୬%) , ଜଗତସିଂହପୁର (-୨୫%) , ମୟୂରଭଞ୍ଜ(-୨୩%) ,ନବରଙ୍ଗପୁର(-୨୨%), ନୟାଗଡ(-୨୧%), ଏବଂ ବଲାଙ୍ଗୀର(-୨୦%) ଠାରେ ସ୍ବାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।