ଭୁବନେଶ୍ବର: ତୋମାଣ୍ଡୋରେ ଥିବା ସାଉଥ୍ ସିଟି ହୋଟେଲର ବାର୍ ଲାଇସେନ୍ସ ରଦ୍ଦ ହେଲା । ଏହାକୁ ନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖିଛି ଅବକାରୀ ବିଭାଗର ସଚିବ ମୁରଲୀଧର ଜେନା । ସାଉଥ୍ ସିଟି ହୋଟେଲ ବାର୍ ଲାଇସନ୍ସ ପଦ୍ମାବତୀ ଜେନାଙ୍କ ନାମରେ ରହିଚି । ଏହି ଲାଇସେନ୍ସ ବାତିଲ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।
ବହୁ ଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକଙ୍କ ପୁଅ ମନୀଷ ହତ୍ୟାକାଣ୍ଡ ମାମଲାରେ ଚର୍ଚ୍ଚାକୁ ଆସିଥିଲା ହୋଟେଲ ସାଉଥ ସିଟି । କୋରୋନା କଟକଣା ସମୟରେ ଆଇନ ଉଲ୍ଲଂଘନ କରି ଏହି ବାର ଚାଲୁଥିବା ଚିତ୍ର ସାମ୍ନାକୁ ଆସିଥିଲା । ଏହାକୁ ନେଇ ସାଉଥ ସିଟି ହୋଟେଲ ବାର୍ ଲାଇସେନ୍ସ ବାତିଲ୍ ହୋଇଛି । ଗତ କିଛି ମାସ ପୂର୍ବେ ବରିଷ୍ଠ ସାମ୍ବାଦିକଙ୍କ ବଡ଼ ପୁଅ ମନିଷ ଅନୁରାଗ ଦାସଙ୍କ ମୃତଦେହ ପାତ୍ରପଡ଼ା ପୋଖରୀରୁ ଉଦ୍ଧାର ହୋଇଥିଲା ।