ଭୁବନେଶ୍ବର:ଘର ଭିତରର ହାଲ ବଖାଣିବାକୁ ଯାଇ ବିଜେଡି ନେତୃତ୍ବକୁ ବାଣ ମାରିଛନ୍ତି ବିଜେଡିର ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଆମ ଘର ହାଲଚାଲ କିଛି ଭଲ ନାହିଁ। ଏଠି ବରିଷ୍ଠଙ୍କୁ ସାଇଡ ମାରି ଦେଉଛନ୍ତି କୁହାଳିଆ କନିଷ୍ଠ ନେତା। ଦୁର୍ନୀତି କରି ପଇସା ଠୁଳ କରୁଥିବା ସଦସ୍ୟ ବି ଆମ ଘରେ କମ ନାହାନ୍ତି। ସଂଖ୍ୟା ଆଙ୍ଗୁଠିରେ ଗଣିଲା ଭଳି ନୁହେଁ।
କାରଣ ଛାତିରେ ହାତ ରଖି କେହି ଜଣେ କହିପାରିବେନି ଆମେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିନାହୁଁ ବୋଲି । ଘର ଭିତରର ହାଲ ବଖାଣିବାକୁ ଯାଇ ବିଜେଡି ନେତୃତ୍ବକୁ ବାଣ ମାରିଛନ୍ତି ବିଜେଡି ଖଣ୍ଡପଡା ବିଧାୟକ। ପ୍ରସଙ୍ଗ ଉଠିଛି ଦୁର୍ନୀତିର, ବରିଷ୍ଠଙ୍କୁ ଅଣଦେଖା କରିବାର ଆଉ ସମ୍ପତ୍ତି ଆରୋହଣ କରିବା ନେତାଙ୍କ ଲୋଭର। ବିଜେଡିର ଲୋକେ କେମିତି ଦୁର୍ନୀତି ପୋଖରୀରେ ବୁଡ ପକାଉଛନ୍ତି ସେ କଥାର ପୋଲ ଖୋଲିଛନ୍ତି ସୌମ୍ୟ। ପ୍ରଶ୍ନବାଣରେ ଘାଇଲା କରିଛନ୍ତି ତୃତୀୟ ମହଲାକୁ। ସେ କହିଛନ୍ତି କେତେଜଣ ବିଧାୟକ ଛାତିରେ ହାତ ରଖି କହିବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ନାହାନ୍ତି ବୋଲି ? ବିଧାୟକଙ୍କ ପରି ସରପଞ୍ଚ ବି ଦଳ ପାଇଁ ଅର୍ଥ ଯୋଗାଡିବାରେ ବ୍ୟସ୍ତ, ଏତେ ଟଙ୍କା ଆସିବ କୋଉଠୁ ? ଦୁର୍ନୀତିଠାରୁ ଦୂରେଇ ରହୁଥିବା ନେତାଙ୍କୂ ପାଗଳ ଆକ୍ଷା ମିଳୁଛି ଆଉ ଅଯୋଗ୍ୟ କୁହାଯାଉଛି କ’ଣ ପାଇଁ ? ସରକାରଙ୍କ ଯୋଜନା କେତେ ଫଳପ୍ରଦ ହେଉଛି ତାହା ସମୟ କହିବ।