ଓଡିଶା

odisha

ETV Bharat / city

ସ୍କୁଲ ଗୁଡିକରେ କଡାକଡି କାର୍ଯ୍ୟକାରୀ କରାଯାଇଛି SOP: ଗଣଶିକ୍ଷା ମନ୍ତ୍ରୀ - ସ୍କୁଲରେ ପାଳନ ହେଉଛି ଏସଓପି

କୋଭିଡ କଟକଣା ଓ ପୁରା ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀ ଆଧାରରେ ରାଜ୍ୟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜାରି ରହିଛି ଶିକ୍ଷାଦାନ । ପ୍ରତ୍ୟେକ ସ୍କୁଲରେ କୋଭିଡ ସଂକ୍ରମଣ ଏଡାଇବା ପାଇଁ ଗଣଶିକ୍ଷା ବିଭାଗ (Mass and Educations Department) ଜାରି କରିଛି ସ୍ବତନ୍ତ୍ର ଏସଓପି (Standard operating procedure) । ଅଧିକ ପଢନ୍ତୁ

ଗଣଶିକ୍ଷା ମନ୍ତ୍ରୀ
ଗଣଶିକ୍ଷା ମନ୍ତ୍ରୀ

By

Published : Dec 10, 2021, 2:02 PM IST

ଭୁବନେଶ୍ବର:କୋଭିଡ କଟକଣା ଓ ପୁରା ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀ ଆଧାରରେ ରାଜ୍ୟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜାରି ରହିଛି ଶିକ୍ଷାଦାନ । ପ୍ରତ୍ୟେକ ସ୍କୁଲରେ କୋଭିଡ ସଂକ୍ରମଣ ଏଡାଇବା ପାଇଁ ଗଣଶିକ୍ଷା ବିଭାଗ (Mass and Educations Department) ଜାରି କରିଛି ସ୍ବତନ୍ତ୍ର ଏସଓପି (Standard operating procedure) ।

ତେବେ ଏହାସତ୍ତ୍ବେ ଢେଙ୍କାନାଳ, ପୁରୀ, ସୁନ୍ଦରଗଡ ସମେତ ଅନ୍ୟ କିଛି ଜିଲ୍ଲାରେ ବିଦ୍ୟାଳୟ ଓ ଆବାସିକ ହଷ୍ଟେଲ ଗୁଡିକରେ ମହାମାରୀ ସଂକ୍ରମଣ ହୋଇଛି । ସଂକ୍ରମଣ ଜଣାପଡିବା ପରେ ଗଣଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ନେଇଛନ୍ତି । ତଥାପ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କ ମଧ୍ୟରେ ଆଶା ଆଶଙ୍କା ଲାଗି ରହୁଛି ।

ସ୍କୁଲ ଗୁଡିକରେ SOP କଡାକଡି କାର୍ଯ୍ୟକାରୀ କରାଯାଇଛି: ଗଣଶିକ୍ଷା ମନ୍ତ୍ରୀ

ଏହାକୁ ନେଇ ଆଜି ବିଧାନସଭା ପରିସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ( Mass and Education Minister Samir Ranjan Das ) କହିଛନ୍ତି ସ୍କୁଲ ଗୁଡିକରେ ଏସଓପି କଡାକଡି ଲାଗୁ କରାଯାଉଛି । ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଘରକୁ ଫେରିବା ପରେ ଅନ୍ୟ ଆଡେ ଯାଉଛନ୍ତି । ସେଥିପାଇଁ କାଁ ଭାଁ କିଛି ସଂକ୍ରମିତ ହେଉଛନ୍ତି । ଥଣ୍ଡା ଜ୍ବର ହେଲେ ସ୍କୁଲ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

ଜିଲ୍ଲା ପ୍ରଶାସନ ନଜର ରଖିଛି ପ୍ରତି ସ୍କୁଲ ଉପରେ ନଜର ରଖିଛି । ଟେଷ୍ଟି ଜାରି ରହିଛି। ଯେଉଁ ଅଭିଭାବକ ଚାହିଁବେ ପିଲା ମାନଙ୍କୁ ସ୍କୁଲକୁ ଛାଡିପାରିବେ। ସ୍କୁଲରେ ମଧ୍ୟ ଉପସ୍ଥାନ ବଢୁଛି। ପିଲାଙ୍କ ଭିତରେ ସ୍କୁଲ ଆସିବା ପାଇଁ ଆଗ୍ରହ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ABOUT THE AUTHOR

...view details