ଭୁବନେଶ୍ବର: ରାଜ୍ୟରେ ନବମରୁ ଏକାଦଶ ଶ୍ରେଣୀ ଖୋଲିବା ପରେ ଏବେ ଶିକ୍ଷା ବିଭାଗ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ପ୍ରସ୍ତୁତ ହେଉଛି । ଏଥିଲାଗି SOP ପ୍ରସ୍ତୁତ ହେଉଥିବା ବେଳେ SRC ମାର୍ଗଦର୍ଶିକା ଜାରି କରିଛନ୍ତି ।
ଆସନ୍ତା 8 ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ସ୍ଥିର କରାଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଶିକ୍ଷକଙ୍କ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ଏଥିଲାଗି ନିୟୋଜିତ ହେବେ । ଏହାସହିତ ରବିବାର ଦିନ ନବମରୁ ଏକାଦଶ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।