ଓଡିଶା

odisha

ETV Bharat / city

‘ଖୁବଶୀଘ୍ର ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘମିଆଦୀ ପାର୍କିଂ ପଲିସି’ - ଭୁବନେଶ୍ବର ଖବର

ଆଗାମୀ 20 ବର୍ଷ ପାଇଁ ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘମିଆଦୀ ପାର୍କିଂ ପଲିସି । ଏନେଇ ସ୍ମାର୍ଟସିଟି, ବିଏମସି, ବିଡିଏ, ଟ୍ରାଫିକ ପୋଲିସ ଏବଂ ଜର୍ମାନୀ କମ୍ପାନୀ ଜିଆଇଜେଡ ମିଳିତ ଉଦ୍ୟମରେ ଏକ ପାର୍କିଂ ପରିଚାଳନା କର୍ମଶାଳାର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

od_bbsr_long run policy will be made in the capital regarding parking
ଖୁବ ଶୀଘ୍ର ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘ ମିଆଦୀ ପାର୍କିଂ ପଲିସି

By

Published : Feb 6, 2020, 10:43 PM IST

ଭୁବନେଶ୍ବର: ରାଜଧାନୀରେ ପାର୍କିଂ ନେଇ ଆରମ୍ଭ ହୋଇଯାଇଛି ମାନସମନ୍ଥନ । ଖୁବ ଶୀଘ୍ର ସ୍ମାର୍ଟସିଟିରେ ଲାଗୁ ହେବ ଦୀର୍ଘମିଆଦୀ ପାର୍କିଂ ପଲିସି । ଆଗାମୀ 20 ବର୍ଷ ଅର୍ଥାତ୍‌ 2040 ପର୍ଯ୍ୟନ୍ତ ଏହି ଦୀର୍ଘମିଆଦୀ ପାର୍କିଂ ପଲିସି ଲାଗୁ ହେବ ।

ଖୁବ ଶୀଘ୍ର ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘ ମିଆଦୀ ପାର୍କିଂ ପଲିସି

ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ରାସ୍ତାର ଦୁଇ ପାର୍ଶ୍ଵରେ ପାର୍କିଂ କରାଯିବା ଦ୍ବାରା ରୋଡ଼ ଜାମ୍‌ ଓ ଟ୍ରାଫିକ ଭଳି ସମସ୍ୟା ଉପୁଜୁଛି । ଏଥିପାଇଁ ପାର୍କିଂ ସ୍ଥଳକୁ ସୁବ୍ୟବସ୍ଥିତ କରି ତାର ସମସ୍ୟା ସମାଧାନ ନିମନ୍ତେ ସ୍ମାର୍ଟସିଟି, ବିଏମସି, ବିଡିଏ, ଟ୍ରାଫିକ ପୋଲିସ ଏବଂ ଜର୍ମାନୀ କମ୍ପାନୀ ଜିଆଇଜେଡ ମିଳିତ ଉଦ୍ୟମରେ ପାର୍କିଂ ପଲିସି ଏବଂ ତାର ସଠିକ ପରିଚାଳନାକୁ ନେଇ ଏକ ଦୀର୍ଘମିଆଦୀ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ଗୁରୁବାର ଭୁବନେଶ୍ବରରେ ଏକ ପାର୍କିଂ ପରିଚାଳନା କର୍ମଶାଳାର ଆୟୋଜନ କରାଯାଇଛି ।

ତେବେ ଏହି ପିଲିସି ଦ୍ବାରା ରାସ୍ତା ପାର୍ଶ୍ବରେ ପାର୍କିଂ କମ କରାଯାଇପାରିବ । ଲୋକେ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ 4 ଚକିଆ, 2 ଚକିଆ ଗାଡି ପରିବର୍ତ୍ତେ ସାଇକେଲ, ରିକ୍ସା ଓ ପବ୍ଲିକ୍‌ ବସରେ ଆସିବେ ସେ ନେଇ ସଚେତନତା କରାଯିବ । ସେହିଭଳି ସହରର ପ୍ରମୁଖ ସ୍ଥାନରେ ପାର୍କିଂ ୱେ ଚିହ୍ନଟ କରାଯିବ । କିଛି ସ୍ଥାନରେ ପାର୍କିଂ ସ୍ଥଳରେ ଗାଡି ମଟର ରଖିବା ପାଇଁ ଅଧିକ ଫି ନିଆଯିବ ତ ଆଉ କେଉଁଠି କମ୍‌ ମୂଲ୍ୟ ନିଆଯିବ । ଏହାଦ୍ବାରା ପାର୍କିଂ ଭିଡକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ ଏହି ପଲିସିରେ ଯେଉଁ ପାର୍କିଂ ସ୍ଥଳ ଗୁଡିକ ନିର୍ଦ୍ଧାରଣ କରାଯିବ ସେଗୁଡିକ ମୋବାଇଲ ଆପରେ ମାଧ୍ୟମରେ ଜଣାପଡିବ ।

ଅନ୍ୟପଟେ ଏହି ପାର୍କିଂ ପଲିସି କଣ ହେବ, କେଉଁଠି ପାର୍କିଂର ଆବଶ୍ୟକ ରହିଛି ସେ ସମ୍ପର୍କରେ ସବିଶେଷ କର୍ମଶାଳାରେ ଆୟୋଜନ କରାଯାଇଥିବା ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି । ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ସୂଚନାନୁସାରେ ସ୍ମାର୍ଟସିଟିରେ ସ୍ମାର୍ଟ ଟ୍ରାଫିକ ନେଇ ମାନସମନ୍ଥନ ହୋଇଛି । ପାର୍କିଂ କରିବା କାହାର ଜନ୍ମସିଦ୍ଧ ଅଧିକାର ନୁହେଁ । ଯାନବାହନ ଚଳାଚଳ ପାଇଁ ରାସ୍ତା ହୋଇଛି, ଗାଡି ପାର୍କିଂ ପାଇଁ ନୁହେଁ । ତେଣୁ ରାସ୍ତାରେ ପାର୍କିଂ ଉପରେ ଲଗାମ ଦେବାକୁ ଆୟୋଜିତ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ।

ସେହିପରି ବର୍ତ୍ତମାନର ପାର୍କିଂ ସମସ୍ୟା କଣ ରହିଛି ଏବଂ ଆଗକୁ କିଭଳି ଏହାର ସମାଧାନ କରାଯିବ ତାହା ଉପରେ ଜିଆଇଜେଡ ସହ ଅନ୍ୟ ଏଜେନ୍ସି ଗୁଡିକ ପାର୍କିଂ ପ୍ରକଳ୍ପର ଡେମୋ ଦେଖାଇଛନ୍ତି । ଏନେଇ ଜନସାଧାରଣଙ୍କ ଠାରୁ ମତାମତ ନିଆଯିବ । ଏହା ପରେ ଏକ କମିଟି ଗଠନ କରାଯାଇ ପଲିସି କାର୍ଯ୍ୟକ୍ଷମ କରାଯିବା ନେଇ ସ୍ଥିର କରାଯିବ ଏବଂ ସରକାରଙ୍କୁ ଦିଆଯିବ ।

ସେପଟେ ଆଇଟିଡିପି କମ୍ପାନୀର ପାର୍କିଂ ଏକ୍ସପର୍ଟ ଶ୍ରେୟା ଗଣପତି କହିଛନ୍ତି, ପାର୍କିଂ କୌଣସି ସ୍ମାର୍ଟ ସହର ପାଇଁ ଏକ ବଡ ଚ୍ୟାଲେଞ୍ଜ । ଯେଉଁଠି ଅଧିକ ପାର୍କିଂ ସ୍ଥଳ ସେଠାରେ ଅଧିକ ଟ୍ରାଫିକ ସମସ୍ୟା । ମଲ୍ଟିଲେବଲ ପାର୍କିଂ ବେସରକାରୀ ସ୍ତରରେ ହେବାର ଆବଶ୍ୟକତା ରହିଛି । ପାର୍କିଂ ଭଳି ଏକ ବଡ ସମସ୍ୟା ମାନସିକତା ପରିବର୍ତ୍ତନ ହେଲେ ଦୂରେଇ ହେବ । ଭୁବନେଶ୍ବରରେ ପାର୍କିଂ ବଡ ସମସ୍ୟା । ପାର୍କିଂ ଯୋଗୁଁ ରାସ୍ତାଘାଟ ବ୍ଲକ ହେଉଛି, ସାଧାରଣ ଲୋକେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି । ବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ହେଲେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ବୋଲି ସ୍ମାର୍ଟସିଟି ପାର୍ଟନର ଜର୍ମାନୀ କମ୍ପାନୀ ଜିଆଇଜେଡର ଉପଦେଷ୍ଟା ଆଣ୍ଡ୍ରୟୁ ବ୍ଲୁମେଲ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details