ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । କଡା ସୁରକ୍ଷା ସତ୍ତ୍ବେ ମା' ବେକରେ ଛୁରୀ ଲଗାଇଲା ପୁଅ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗାନ୍ଧୀ ମାର୍ଗରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହେଲେ କଡା ସୁରକ୍ଷା ସତ୍ତ୍ବେ ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଥିଲା ।
ସୂଚନାନୁସାରେ ନୟାଗଡ଼ ଦଶପଲ୍ଲାର ଯୁବକ ଜିତେନ୍ଦ୍ର ପାଲ ତାଙ୍କ ମା' ଝରଣାଙ୍କ ବେକରେ ଛୁରୀ ଲଗାଇ ମାରି ଦେବାକୁ ଉଦ୍ୟମ କରିଥିଲେ । ବହୁ ସମୟ ଧରି ରାସ୍ତାରେ ଚାଲିଥିଲା ଯୁବକଙ୍କ ହାଇଡ୍ରାମା । ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ପାଇଁ ଗାନ୍ଧୀ ମାର୍ଗରେ ଟ୍ରାଫିକ ଜାମ ହେବା ସହ ଯୁବକଙ୍କୁ କାବୁ କରିବାକୁ ପୋଲିସ ନାକେଦମ ହୋଇପଡିଥିଲା । ତେବେ ଦୀର୍ଘ ସମୟର ସଂଘର୍ଷ ପରେ ଶେଷରେ ପୋଲିସ ଯୁବକ ଜିତେନ୍ଦ୍ରଙ୍କୁ କାବୁ କରିଛି ।