ଓଡିଶା

odisha

ETV Bharat / city

ଯୁବ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟିଙ୍କ ପ୍ରୟାସ, ନିଖୋଜର ୧୫ ବର୍ଷ ପରେ ଘରକୁ ଫେରିଲା ପୁଅ - ନିଖୋଜ ପୁଅ

15 ବର୍ଷ ପରେ ଗାଁକୁ ଫେରିଲେ କଟକରେ ଦିନ ମଜୁରିଆ ଭାବରେ କାମ କରୁଥିବା ପ୍ରବାସୀ ଓଡିଆ । ଅଧିକ ପଢନ୍ତୁ...

ନିଖୋଜର ୧୫ ବର୍ଷ ପରେ ଘରକୁ ଫେରିଲା ପୁଅ
ନିଖୋଜର ୧୫ ବର୍ଷ ପରେ ଘରକୁ ଫେରିଲା ପୁଅ

By

Published : Jun 6, 2021, 12:04 PM IST

ଭୁବନେଶ୍ବର:କୋରୋନା ସମୟରେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଫସି ରହିଥିଲେ ପ୍ରବାସୀ ଓଡିଆ । ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ସ୍ମାଇଲ ଅନଲକର ନିର୍ମାତା ଯୁବ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟି ଆରମ୍ଭ କରିଥିଲେ 'ହେଣ୍ଡ୍ ଅଫ୍ ହୋପ୍'। ଯାହା ଦ୍ବାରା ବାହାରେ ରହୁଥିବା ପ୍ରବାସୀ ଓଡିଆ ସୁବିଧାରେ ଘରକୁ ଫେରି ପାରିଥିଲେ ।

ନିଖୋଜର ୧୫ ବର୍ଷ ପରେ ଘରକୁ ଫେରିଲା ପୁଅ

ତେବେ କଟକ ନୟାପାଟନା ବାରଙ୍ଗର ବିନୋଦ ବେଉରା ଗତ 15 ବର୍ଷ ତଳେ ଘରୋଇ କଳିରୁ ଘର ଛାଡି ପଳାଇଥିବା ବେଳେ ମୁମ୍ବାଇ ସହରରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ତେବେ 5 ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହେବାରୁ ମାଲିକ ନଛାଡିବାରୁ ସେ ଫେରି ପାରିନଥିଲେ ।

ଏବେ ତାଙ୍କ ବଡ ଭାଇଙ୍କର ଦେହ ଅସୁସ୍ଥ ଥିବାରୁ ସେ ଘରକୁ ଫେରିବାକୁ ଚାହିଁଥିଲେ ମଧ୍ୟ ଫେରିପାରୁନଥିଲେ । ଏନେଇ ସ୍ମାଇଲ ଅନଲକର ପ୍ରତିଷ୍ଠାତା ତଥା ଯୁବ ଇଞ୍ଜିନିୟର ହୃଦାନନ୍ଦ ଖବର ପାଇବା ପରେ ସୁରଟର ଏସପି, କଲେକ୍ଟର, ସବ୍ କଲେକ୍ଟର, ବଡ଼ ବଡ଼ ସଂଗଠନ ତଥା ବିଡିଓ,ପ୍ରଶାସନ, କମିଶନରଙ୍କ ସହ କଥା ହୋଇ ବିନୋଦଙ୍କୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ ।

୭ ଦିନର ମିଶନ ପରେ ଏବେ ନିଜ ଗାଁରେ ପହଞ୍ଚିଛନ୍ତି ବିନୋଦ । ଏନେଇ ହୃଦାନନ୍ଦ ସୁରଟ ପ୍ରଶାସନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସେ ଲୋକଙ୍କ ମୁହଁରେ ଖୁସି ଚାହାନ୍ତି । ଏଥିପାଇଁ ସେ ସବୁଦିନ ଚେଷ୍ଟା ଜାରି ରଖିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି ହୃଦାନନ୍ଦ । କିଛି ଦିନ ତଳେ ନିଜ ସହର ଯାଜପୁରରେ ଗୋଟେ ବିଦ୍ୟାଳୟକୁ ମୋ ସ୍କୁଲ ମୋ ମାଧ୍ୟମରେ ନିଜ ଅଧୀନକୁ ଆଣି ଚର୍ଚ୍ଚାରେ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details