ଭୁବନେଶ୍ବର:ସୀମା ଟପିଲା ସନ୍ଦେହ । ଗୁଣିଗାରେଡ଼ି ସଦେହରେ ମାଆକୁ ହତ୍ୟା କଲା ପୁଅ । ଏକ ରେଡିଓରେ ମାଆ ମୁଣ୍ଡକୁ ପିଟି ହତ୍ୟା କରିବା ପରେ ଲୁଗାରେ ନିଆଁ ଲଗାଇ ଜାଳିଦେଲା । ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ବଡ଼ଗଡ଼ ଥାନା କଳିଙ୍ଗ ବସ୍ତିରେ । ଘରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ଅଭିଯୁକ୍ତଙ୍କ ଘରେ ପଶିବା ପରେ ଘଟଣା ପଦାକୁ ଆସିଛି ।
ହତ୍ୟାକରି ମାଆକୁ ପୋଡି ଦେବାକୁ ଉଦ୍ୟମ କରୁଥିଲା ସୈତାନ ପୁଅ । ମୃତକ ଜଣକ ସେହି ବସ୍ତିର ୬୨ ବର୍ଷୀୟ ବୃଦ୍ଧା ରଶ୍ମିତା ଜେନା ବୋଲି ଜଣାପଡ଼ିଛି । ସେ ତାଙ୍କ ବଡ଼ ପୁଅ ପ୍ରଶାନ୍ତ ଜେନା ଓ ସ୍ବାମୀଙ୍କ ସହ ରହୁଥିଲେ । ପୁଅ ଅନେକ ସମୟର ନିଶା ସେବନ କରି ମାଆ ଓ ବାପାକୁ ମାରଧର କରୁଥିବା ଜଣାପଡ଼ିଛି ।