ଓଡିଶା

odisha

ETV Bharat / city

ଶ୍ବଶୁର ଘରେ ଗଣ୍ଡଗୋଳ କରି ଜ୍ବାଇଁ ଗିରଫ: ବନ୍ଧୁକ, ମାଗାଜିନ୍‌ ସହ ଗୁଳି ଜବତ - ଗିରଫ ହେଲେ ଜୋଇଁ

ଶ୍ବଶୁର ଘରେ ଗଣ୍ଡଗୋଳ କରି ଜ୍ବାଇଁ ଗିରଫ । ବାଲିଅନ୍ତା ପୋଲିସ ବାଗଲପୁରର ପ୍ରସନ୍ନଜିତ୍‌ ପ୍ରଧାନଙ୍କୁ ଗିରଫ କରିଛି । ଏହାପରେ ବାଲିଅନ୍ତା ପୋଲିସ ବାଗଲପୁରର ପ୍ରସନ୍ନଜିତ୍‌ ପ୍ରଧାନଙ୍କୁ ଏହି ମାମଲାରେ ଗିରଫ କରିଛି । ଏହାସହ ତାଙ୍କ ନିକଟକୁ ଏକ ଦେଶୀ ବନ୍ଧୁକ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଓ ତିନୋଟି ମାଗାଜିନ୍‌ ଜବତ କରିଛି ।

ଡିଜାଇନ ଫଟୋ

By

Published : Sep 13, 2019, 2:53 AM IST

ଭୁବନେଶ୍ବର: ଗିରଫ ହେଲେ ଶ୍ବଶୁର ଘରେ ଯାଇ ଗୁଣ୍ଡାଗିରି କରିଥିବା ଜ୍ବାଇଁ । ଶ୍ବଶୁରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସ୍ତ୍ରୀକୁ ବଳପୂର୍ବକ ଘରକୁ ନେବାକୁ ଉଦ୍ୟମ କରୁଥିଲେ ଜୋଇଁପୁଅ । ଏହାପରେ ବାଲିଅନ୍ତା ପୋଲିସ ବାଗଲପୁରର ପ୍ରସନ୍ନଜିତ୍‌ ପ୍ରଧାନଙ୍କୁ ଏହି ମାମଲାରେ ଗିରଫ କରିଛି । ଏହାସହ ତାଙ୍କ ନିକଟକୁ ଏକ ଦେଶୀ ବନ୍ଧୁକ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଓ ତିନୋଟି ମାଗାଜିନ୍‌ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ବାଇଁ ହେଉଛନ୍ତି କଟକ ଜିଲ୍ଲା ସଦର ଥାନା ନିକଟସ୍ଥ ବାଗଲପୁରର ପ୍ରସନ୍ନଜିତ୍‌ ପ୍ରଧାନ। ବାଲିଅନ୍ତା ଥାନା ଅନ୍ତର୍ଗତ ଜୟରାଶାସନ ଗ୍ରାମର ରୁହନ୍ତି କାହ୍ନୁଚରଣ ଦାସ ନିଜ ଝିଅକୁ ପ୍ରସନ୍ନଜିତ୍‌ଙ୍କ ସହ ବିବାହ ଦେଇଥିଲା । ବିବାହର କିଛି ଦିନ ପରେ ପ୍ରସନ୍ନଜିତ୍‌ ନିଜ ସ୍ତ୍ରୀଙ୍କୁ ମାଡମାରିବା ସହ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆସିଥିଲା । ଏହାପରେ ବାପ ଘରେ ଆସିରହୁଥିଲେ ପ୍ରସନ୍ନଜିତ୍‌ଙ୍କ ସ୍ତ୍ରୀ ।

ଏହି ଘଟଣା ପରେ ଉଭୟ ପରିବାର ମଧ୍ୟରେ ଅନେକ ଥର ଝଗଡା ମଧ୍ୟ ହୋଇଛି । ମାତ୍ର ସାମାନ୍ୟ ଝଗଡା 9ତାରିଖରେ ସାଙ୍ଘାତିକ ରୂପ ନେଇଥିଲା । 9 ତାରିଖରେ ଅପରାହ୍ନରେ ପ୍ରସନ୍ନଜିତ କାହ୍ନୁଚରଣ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଛାଡିବାକୁ କହିଥିଲେ । ଏହାକୁ ନେଇ ଶଶୁର ଓ ଜ୍ବାଇଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରସନ୍ନଜିତ ହଠାତ ଉତ୍‌କ୍ଷିପ୍ତ ହୋଇ ପାଖରେ ରଖିଥିବା ବନ୍ଧୁକ ବାହାର କରି ଶ୍ବଶୁରଙ୍କ ମାରିଦେବାକୁ ଧମକ ଦେଇଥିଲା । କିଛି ସମୟ ପରେ ଗ୍ରାମର ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ପରିସ୍ଥିତି ଶାନ୍ତ ପଡିଥିଲା ।

ଏହି ଘଟଣା ପରେ କାହ୍ନୁଚରଣ ବାଲିଅନ୍ତା ଥାନାରେ ଜ୍ବାଇଁଙ୍କ ନାମରେ ଅଭିଯୋଗ କରିଥିଲେ। । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଗୁରୁବାର କଟକରୁ ପ୍ରସନ୍ନଜିତ୍‌କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details