ଭୁବନେଶ୍ବର:ରାଜଧାନୀରେ ପିଲା ଚୋରିର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜାଗମରା ଛକରୁ ଚିକେନ ପକୋଡା, ଆଇସ୍କ୍ରିମ ଦେଇ ଜଣେ ନାବାଳକକୁ ନେଇଗଲେ ସ୍ଥାନୀୟ ମହିଳା । ଗୋଟିଏ ଦିନ ଧରି ନାବାଳକ ନଫେରିବାରୁ ଥାନାରେ ଅଭିଯୋଗ ପରିବାର ଲୋକେ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ ଖଣ୍ଡଗିରି ପୋଲିସ ଛାନଭିନ୍ କରି ନାବାଳକ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣାକୁ ନେଇ ଜାଗମରା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।
ମଙ୍ଗଳବାର ଜାଗମରା ଛକରୁ ଜଣେ ୧୧ ବର୍ଷୀୟ ନାବାଳକକୁ ଟାର୍ଗେଟ କରିଥିଲେ ସେହି ଅଞ୍ଚଳର ଗୀତାଞ୍ଜଳି ନାମକ ଜଣେ ମହିଳା । ନାବାଳକ ଜଣକ ସାଙ୍ଗସାଥି ସହ ଖେଳୁଥିବା ବେଳେ ମହିଳା ଜଣକ ପିଲାଟିକୁ ଚିକେନ ଓ ଆଇସକ୍ରିମ ଦେଇଥିଲେ ମହିଳା । ଏହାପରେ ପିଲାଟିକୁ ନେଇ ଗୋବରା ଓ ସୁନୀତା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଦେଇ ଦେଇଥିଲେ । ସୁନୀତା ଓ ଗୋବରା ଉଭୟ ପିଲାଟିକୁ ନେଇ ପାତ୍ରପଡାରେ ରଖିଥିଲେ । ଏନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସିିସିଟିିଭିରେ ପିଲାଟିକୁ ମହିଳା ଜଣକ ନେଇଯାଉଥିବା ଦେଖାଯାଇଛି ।