ଭୁବନେଶ୍ବର: ଡିସେମ୍ବର 26 ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ। ଏନେଇ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରରେ ପାଳନ କରାଯିବ ପ୍ରତିଷ୍ଠା ଦିବସ। ଦଳୀୟ କାର୍ଯ୍ୟାଳୟରେ ଥିବା କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଏନେଇ ହୋଇଥିବା ପରିବର୍ତ୍ତନ ଅନୁସାରେ ଉକ୍ତଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ପୂର୍ବାହ୍ନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସଂଧ୍ୟାକୁ ଘୁଞ୍ଚାଇ ଦିଆଯାଇଛି।
ବିଜେଡି ଜନ୍ମଦିନ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ - bjd birthday
ଡିସେମ୍ବର 26ରେ ବିଜେଡି ପାଳିବ ଜନ୍ମଦିନ। ସୂର୍ଯ୍ୟପରାଗ ଯୋଗୁଁ କାର୍ଯ୍ୟକ୍ରମରେ ହୋଇଛି ପରିବର୍ତ୍ତନ।
DEV
ଅପରାହ୍ନ 4ଟା 30ରେ ଦଳୀୟ କାର୍ଯ୍ୟାଳୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ପ୍ରତିଷ୍ଠା ଦିବସରେ ଦଳ କିଛି ନୂଆ ଘୋଷଣା କରିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସ ଦେଇଛନ୍ତି ଏକ ‘ସମାଜ ସେବା ଓ୍ଵିଙ୍ଗ’ ଦଳ ପକ୍ଷରୁ ଖୋଲା ଯିବ। ଏହି ଦିନ ଏହା ଘୋଷଣା ହୋଇପାରେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ