ଓଡିଶା

odisha

By

Published : Jun 19, 2020, 8:27 PM IST

Updated : Jun 19, 2020, 10:18 PM IST

ETV Bharat / city

ରବିବାର ବିରଳ ସୂର୍ଯ୍ୟପରାଗ, ଜ୍ଯୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ମୁହଁରୁ ଶୁଣନ୍ତୁ ପ୍ରଭାବ...

ଜୁନ ୨୧ ତାରିଖ ରବିବାର ଦିନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଅନ୍ତରୀକ୍ଷରେ ଦେଖାଯିବ ଦୁର୍ଲଭ ସଂଯୋଗ । ଏହାର ପ୍ରଭାବ କଣ ରହିବ, ଜ୍ୟୋତିଷ ଶାସ୍ତ୍ରରେ କଣ ରହିଛି ମତ, ବିଭିନ୍ନ ରାଶି ଚଳନ ଉପରେ ଏହାର ପ୍ରଭାବ , ଏହି ଗ୍ରହଣର ବିଶେଷତ୍ବ, ସୂର୍ଯ୍ୟ ପରାଗ ଓ ମହାମାରୀ କୋରୋନାର କଣ ରହିବ ସମ୍ବନ୍ଧ ଏନେଇ ଇଟିଭି ଭାରତର ଆଲୋଚନା କରିଛନ୍ତି ଜ୍ଯୋତିର୍ବିଦ ପ୍ରଜ୍ଞା ତ୍ରିପାଠୀ ।

ରବିବାର ବିରଳ ସୂର୍ଯ୍ୟପରାଗ କାହିଁକି ସ୍ବତନ୍ତ୍ର
ରବିବାର ବିରଳ ସୂର୍ଯ୍ୟପରାଗ କାହିଁକି ସ୍ବତନ୍ତ୍ର

ଭୁବନେଶ୍ବର: ଜୁନ ୨୧ ତାରିଖ ରବିବାର ଦିନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। । ଅନ୍ତରୀକ୍ଷରେ ଦେଖାଯିବ ଦୁର୍ଲଭ ସଂଯୋଗ । ଏହାର ପ୍ରଭାବ କଣ ରହିବ , ଜ୍ୟୋତିଷ ଶାସ୍ତ୍ରର କଣ ରହିଛି ମତ, ବିଭିନ୍ନ ରାଶି ଚଳନ ଉପରେ ଏହାର ପ୍ରଭାବ , ଏହି ଗ୍ରହଣର ବିଶେଷତ୍ବ, ସୂର୍ଯ୍ୟ ପରାଗ ଓ ମହାମାରୀ କୋରୋନାର କଣ ରହିବ ସମ୍ବନ୍ଧ ଏନେଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଜ୍ଯୋତିର୍ବିଦ ପ୍ରଜ୍ଞା ତ୍ରିପାଠୀ ।

ରବିବାର ବିରଳ ସୂର୍ଯ୍ୟପରାଗ; ଜାଣନ୍ତୁ କାହିଁକି ସ୍ବତନ୍ତ୍ର , କଣ ରହିବ ପ୍ରଭାବ..

ଗ୍ରହଣ ବିଷୟରେ ସଂକ୍ଷେପରେ

ଏହା କୋଙ୍କାଣାକୃତି ଆଶିଂକ ଚୂଡାମଣି ସୂର୍ଯ୍ୟପରାଗ । ମିଥୁନ ରାଶିରେ ଏହି ଗ୍ରହଣ ଲାଗୁଛି ମୃଗଶିରା ନକ୍ଷତ୍ରରେ । 500 ଭିତରେ ଲାଗିନଥିଲା ଏମିତି ଗ୍ରହଣ । 6ଟି ଗ୍ରହ ବକ୍ର ଅବସ୍ଥାରେ କାରଣରୁ ଏହି ପରାଗ ବିରଳ । ବୁଧ, ଶୁକ୍ର, ରାହୁ, କେତୁ, ବୃହସ୍ପତି, ଶନି ବକ୍ର ରହିଛି । ଏହାସହ କାଳସର୍ପ ଯୋଗ ରହିଛି । ମିଥୁନରେ ରାହୁ, ଧନୁରେ କେତୁ କାରଣରୁ ଏହି କାଳସର୍ପ ଯୋଗ ରହିଛି । ରବିବାରରେ ଗ୍ରହଣ କାରଣରୁ ବିପଦ । ଓଡିଆ ଓ ଭାରତରେ ଗ୍ରହଣ ଦୃଶ୍ୟମାନ ହେବ । ରାହୁଙ୍କ ଦ୍ବାରା ରବି ପୀଡିତ କାରଣରୁ ଏହି ସୂର୍ଯ୍ୟପରାଗ ସମସ୍ୟା ଯୁକ୍ତ ରହିଛି । ସୁଚନା ଅନୁଯାୟୀ, ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେବ। ଏହି ସମୟରେ ସୂର୍ଯ୍ୟର ଧାରର କିଛି ଅଂଶ ଦେଖାଯିବ, ଯାହାକୁ ‘ରିଙ୍ଗ ଅଫ୍ ଫାୟାର’ କୁହାଯାଏ।

ଏଇ ଗ୍ରହଣର ବିଶେଷତ୍ବ କଣ ?

ଗ୍ରହଣର ଶୁଭ ଓ ଅଶୁଭ ପ୍ରଭାବ ରହିଛି । ଏହାସହ ରାହୁ ଅଶୁଭ ଫଳ ଦେଇଥାଏ । ଫଳରେ ଏହାର ପ୍ରଭାବ ଉଭୟ ମିଶ୍ରିତ ଫଳ ପ୍ରଦାନ କରିବ । ରବିବାର ଅମାବାସ୍ୟା ଓ ରବିବାର ପରାଗ ଅଶୁଭ ମନେ କରାଯାଇଥାଏ । ବ୍ୟବସାୟୀଙ୍କ ପାଇଁ ଗ୍ରହଣ ଶୁଭପ୍ରଦ । ଅନ୍ୟମାନଙ୍କ ପାଇଁ ଏହି ସୂର୍ଯ୍ୟପରାଗ ସେତେଟା ଭଲ ଫଳ ପ୍ରଦାନ କରିବା ଆଶା ସ୍ବଳ୍ପ ରହିଛି ।

ବିଭିନ୍ନ ରାଶି ଉପରେ ଏହାର କଣ ପ୍ରଭାବ ପଡିବ ?

ମେଷ ରାଶି, ମେଷ ଲଗ୍ନ

ରିସ୍କ ଷ୍ଟେପରେ ସଫଳତା ପ୍ରାପ୍ତ କରିବେ । ଫୋନ ଦ୍ବାରା ଅନେକ କାମରେ ସଫଳତା ଲାଭ କରିବେ । ମେଲ ଚେକ କରିବେ ବହୁତ ଖୁସି ଖବର ଆସିବ । ବାମ ହାତରେ ଆଘାତ । ଭାଇଙ୍କ ସହ କିଛି ବିବାଦ ଦେଖାଦେଇପାରେ ।

ବୃଷ ରାଶି, ବୃଷ ଲଗ୍ନ

ଗୁପ୍ତ ଭାବେ ଧନ ଦେଇଥିଲେ, ଧନ ଫସିଯିବ । ଧନକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ । ଗୁରୁଜନଙ୍କ ଠାରୁ ମାନସିକ ଦୁରତା ରହିବ ।

ମିଥୁନ ରାଶି, ମିଥୁନ ଲଗ୍ନ

ବୈବାହିକ ସମସ୍ୟା । ଶରୀର ଗଳା ଓ ଛାତିର ଉପରିଅଂଶରେ ସମସ୍ୟା ଲାଗିପାରେ । ଅଚାନକ ଭୟରେ ବ୍ୟତିବ୍ୟସ୍ତ ହୋଇପାରନ୍ତି ।

କର୍କଟ ରାଶି, କର୍କଟ ଲଗ୍ନ

ଧନ ଫସିବା, କୋର୍ଟ କଚେରୀ ବିବାଦ ଲାଗିରହିବ । କିଛି ଟ୍ୟାକ୍ସ ସମସ୍ୟା ଆସିପାରେ ।

ସିଂହ ରାଶି, ସିଂହ ଲଗ୍ନ

ପରିଶ୍ରମ ଅନୁସାରେ ଫଳ । ବସ୍‌ଙ୍କ ସହ ଭଲ ସମ୍ପର୍କ ଓ ସାଥୀ କର୍ମଚାରୀଙ୍କ ସମସ୍ୟା । ନୂଆ କର୍ମ ପାଇବାର ଯୋଗ୍ୟ

କନ୍ୟା ରାଶି, କନ୍ୟା ଲଗ୍ନ

ଅଚାନକ ଧନ ଲାଭ, କମ ପରିଶ୍ରମରେ ଅଧିକ ଧନ ଲାଭ

ତୁଳା ରାଶି, ତୁଳା ଲଗ୍ନ

ବିଦେଶରୁ ଖୁସି ଖବର, ପିତାଙ୍କ ମାନସିକ ଦୂରତା ବଢିବ ।

ବିଛା ରାଶି, ବିଛା ଲଗ୍ନ

ଭୟଭୀତ ରହିବେ । ଟ୍ୟାକ୍ସ, କୋର୍ଟ କଚେରୀ ବିବାଦ, ସତର୍କ ଓ ଜଗି ରଖି ଚଳନ୍ତୁ ।

ଧନୁ ରାଶି, ଧନୁ ଲଗ୍ନ

ବିବାହ ସମ୍ବନ୍ଧୀୟ ସମସ୍ୟା । ଗୁପ୍ତ ସମ୍ପର୍କ ପଦାରେ ପଡିପାରେ । ପାର୍ଟନରଙ୍କ ସହ ବିଜନେସରେ ସମସ୍ୟା ଆସିପାରେ ।

ମକର ରାଶି, ମକର ଲଗ୍ନ

ଶତ୍ରୁ ଜୟ କରିପାରିବେ । ପରିଶ୍ରମ ଅନୁସାରେ ସଫଳତା । ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କତା ଅବଲମ୍ବନ ।

କୁମ୍ଭ ରାଶି, କୁମ୍ଭ ଲଗ୍ନ

ଲଭ ଲାଇଫରେ ବ୍ରେକ ଅଫ୍, ଲଭ୍‌ ପାର୍ଟନର ସନ୍ଦେହ । ସନ୍ତାନକୁ ନେଇ ସମସ୍ୟା ଦେଖାଦେବ ।

ମୀନ ରାଶି, ମୀନ ଲଗ୍ନ

ଭୂମି ସମ୍ବନ୍ଧୀୟ କାର୍ଯ୍ୟରେ ସମସ୍ୟା ଦେଖାଦେବ । ମା'ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା । ସ୍ଥାନ ପରିବର୍ତ୍ତନ ସମ୍ଭାବନା । ଟ୍ରାଫିକ ଓ ଦ୍ରୁତ ଗାଡି ଚାଳନା ନେଇ ସତର୍କତା

ଏଇ ଗ୍ରହଣର ଭାରତୀୟ ରାଜନୀତି, ଅର୍ଥବ୍ୟବସ୍ଥା, ବନ୍ୟା, ବାତ୍ୟା ଓ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯୟ ପରି କିଛି ପ୍ରଭାବ ରହିବ କି?

ଅର୍ଥନୀତି କ୍ଷେତ୍ରରେ ସମସ୍ୟା, ଗମନାଗମନ ସମସ୍ୟା । ଫେକ ରିଲେସନ କଟିବ । ଭୂମିକମ୍ପ, ଟ୍ରେନ ଦୁର୍ଘଟଣା, ବିମାନ ଦୁର୍ଘଟଣା ଦେଖାଦେଇପାରେ । ସୀମାରେ ଯୁଦ୍ଧ ଆଶଙ୍କା । ରାଷ୍ଟ୍ରାଧ୍ୟକ୍ଷଙ୍କ ଆମେରିକା.ଜର୍ମାନ, ଫ୍ରାନ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ସମସ୍ୟା । ଖାଦ୍ୟଶସ୍ୟ ଉପରେ ସମସ୍ୟା । ବର୍ଷାକମ କିମ୍ବା ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଖାଦ୍ୟ ଅମଳରେ ସମସ୍ୟା । ଗଛ କଟା ଅତ୍ୟଧିକ ରହିପାରେ । ମଡେଲିଂ, ଆଙ୍କରିଂ କ୍ୟାରିୟର, ହେଲଥ ସମସ୍ୟା ଦେଖାଦେବ ।

ଆମ ପଡୋଶୀ ରାଜ୍ୟ ସହିତ ସମ୍ପର୍କ କେମିତି ରହିବ ?

ପଡୋଶୀ ରାଜ୍ୟ ସହ ସୁସମ୍ପର୍କ ରହିବ । ପଡୋଶୀ ରାଜ୍ୟ ସହ ମନୋମାଳିନ୍ୟ ରହିବ ନାହିଁ । ବନ୍ଧୁତା ଜାରି ରହିବ ।

ଏଥିରେ କଣ କରିବା କଥା ଓ କଣ ନ କରିବା କଥା ?

ପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ। ପାକ ତ୍ୟାଗ ସମୟ ଜୁନ ୨୦ ରାତି ୧୦ଟାରୁ ଆରମ୍ଭ ହେବ। 21ତାରିଖ 10.38ରେ ଗ୍ରହଣ ଲାଗିବ । 20 ତାରିଖ ରାତି 10.38ରୁ ଖାଦ୍ୟ, ପୂଜାପାଠ ନକରିବା ଅନୁଚିତ । ପାକ୍ ନିଷେଧ ସମୟରେ ବୃଦ୍ଧ, ଅସୁସ୍ଥ, ଛୋଟ ପିଲାମାନେ ତରଳ ଖାଦ୍ୟ, ଜୁସ, ଗ୍ରହଣ କରିପାରିବେ । ସାରା ଭାରତରେ ସକାଳ 10ଟା 20 ମିନିଟରେ ଆରମ୍ଭ ହୋଇ ଅପରାହ୍ନ 2 ଟା 20 ମିନିଟରେ ଶେଷ ହେବ। ତେବେ ଭୁବନେଶ୍ୱରରେ 10 ଟା 38 ରୁ ଆରମ୍ଭ ହୋଇ 2 ଟା 09 ମିନିଟରେ ଶେଷ ହେବ।

ଗ୍ରହଣ ସମୟରେ ଘରେ କୌଣସି ପାତ୍ରେ ଜଳ, ତୁଳସୀ, କଞ୍ଚାକ୍ଷୀର, ଦହି, ଘିଅ, ଘର ମଧ୍ୟରେ ରଖିବେ ।

ଗ୍ରହଣ ପରେ ଏହାକୁ ନେଇ କୌଣସି ବୃକ୍ଷ ମୂଳେ ଦିଅନ୍ତୁ । ଏହା କରିବା ଦ୍ବାରା ଗ୍ରହଣର କୁପ୍ରଭାବରୁ ରକ୍ଷା ମିଳିଥାଏ ।

କଣ ନକରିବେ...

ଗାଇ, ମଇଁଷିଙ୍କ ଦୁଗ୍ଧ ଦୋହନ କରିବା ଅନୁଚିତ

ଚୂଲି ଲଗାଇବା, ଖାଦ୍ୟ ଗ୍ରହଣ କରିବା ନିଷେଧ, ସିଲେଇ କରିବା,

ଶୋଇବା, ପୂଜା ପାଠ, ଗଛ କାଟିବା, ପତ୍ର ଛେଦନ କରିବେ ନାହିଁ । ଏସବୁ କରିବା ଦ୍ବାରା ଅଶୁଭ ହୋଇଥାଏ ।

ଗର୍ଭବତୀ ସମତେ ଅନ୍ୟମାନେ ଜାତକରେ ଚାଲିଥିବା ମହାଦଶାଙ୍କର ବୀଜ ମନ୍ତ୍ର ଜପିବା ଉଚିତ୍ ।

ଗ୍ରହଣ ପୂର୍ବରୁ ସ୍ନାନ କରି ମନ୍ତ୍ର ଜପିବା । କୌଣସି ମନ୍ତ୍ର ସିଦ୍ଧିର ଉପଯୁକ୍ତ ସମୟ

7-ଏହା ବର୍ତ୍ତମାନ କୋରୋନାରେ ଆମକୁ ରିଲିଫ ପ୍ରଦାନ କରିବ କି?

୨୦୧୯ ରୁ ୨୬ ଡିସେମ୍ବର ଗ୍ରହଣ ପରେ କୋରୋନା ଆସିଛି । ୨୧ ଜୁନ୍ ୨୦୨୦ ସୂର୍ଯ୍ୟପରାଗରୁ ଏହି ଗ୍ରହଣ ପରେ କର୍କଟକୁ ସୂର୍ଯ୍ୟନାରାୟଣ ଆସିଲାପରେ ଭାଇରସରେ ଧିରେ ଧିରେ ଶେଷ ହେବ । ଆସନ୍ତା ଜୁନରେ ହେବାକୁ ଥିବା ସୂର୍ଯ୍ୟପରାଗ ପରେ ଦିନ କରୋନା ଭାଇରସରର ଅନ୍ତ ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 19, 2020, 10:18 PM IST

ABOUT THE AUTHOR

...view details