ଓଡିଶା

odisha

ETV Bharat / city

ଅନନ୍ୟ ସୂର୍ଯ୍ୟପରାଗ: ଜ୍ବଳନ୍ତ ରିଙ୍ଗ ସାଜିବେ ରବି

ଜୁନ 21 ଅର୍ଥାତ ରବିବାର ହେବ ବଳୟ ସୂର୍ଯ୍ୟ ପରାଗ । ଅର୍ଥାତ ଜ୍ବଳନ୍ତ ରିଙ୍ଗ ବା ବଳୟ ଆକାରରେ ଦେଖାଯିବ ସୂର୍ଯ୍ୟ । ଅଧିକ ପଢନ୍ତୁ...

By

Published : Jun 20, 2020, 11:18 PM IST

ଅନନ୍ୟ ସୂର୍ଯ୍ୟପରାଗ: ଜ୍ବଳନ୍ତ ରିଙ୍ଗ ସାଜିବେ ରବି
ଅନନ୍ୟ ସୂର୍ଯ୍ୟପରାଗ: ଜ୍ବଳନ୍ତ ରିଙ୍ଗ ସାଜିବେ ରବି

ଭୁବନେଶ୍ବର: ଜୁନ 21 ଅର୍ଥାତ ରବିବାର ହେବ ବଳୟ ସୂର୍ଯ୍ୟ ପରାଗ । ଅର୍ଥାତ ଜ୍ବଳନ୍ତ ରିଙ୍ଗ ବା ବଳୟ ଆକାରରେ ଦେଖାଯିବ ସୂର୍ଯ୍ୟ । ତେବେ କେବଳ ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣାରେ ଏପରି ରିଙ୍ଗ ପରି ବା ବଳୟ ଆକାରରେ ଦେଖାଯିବେ ସୂର୍ଯ୍ୟ । ବାକି ଭାରତର ଅନ୍ୟ ଅଞ୍ଚଳରେ ଏହା ଆଶିଂକ ଦେଖାଯିବ ।

ଅନନ୍ୟ ସୂର୍ଯ୍ୟପରାଗ, ଜ୍ବଳନ୍ତ ରିଙ୍ଗ ସାଜିବେ ରବି

ଓଡିଶାରେ 60ରୁ 72 ପ୍ରତିଶତ ସୂର୍ଯ୍ୟର ବ୍ୟାସକୁ ଚନ୍ଦ୍ର ଘୋଡାଇବାର ଦେଖାଯିବ । ସୁନ୍ଦରଗଡ ୭୨, ମାଲକାନଗିରି 60, ଭୁବନେଶ୍ବର 65 ପ୍ରତିଶତ ଘୋଡାଇ ହୋଇଥିବା ସୂର୍ଯ୍ୟ ଦେଖାଯିବ । କାରଣ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ପୃଥିବୀ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିବେ । ଯାହାକୁ ନେଇ ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରର ଆଢୁଆଳରେ ଘୋଡେଇ ହୋଇ ବା ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିବ ।

ଅନନ୍ୟ ସୂର୍ଯ୍ୟପରାଗ, ଜ୍ବଳନ୍ତ ରିଙ୍ଗ ସାଜିବେ ରବି

ଭୁବନେଶ୍ବରରେ ମଧ୍ୟାହ୍ନ 12.26 ଠାରୁ 2ଟା 9 ମିନିଟ୍ ପର୍ଯନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିବ । ଖାଲି ଆଖିରେ ବା ବାଇନାକୁଲର ସୂର୍ଯ୍ୟଙ୍କୁ ନଦେଖିବାକୁ ପରାମର୍ଶ ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟେରିୟମର ଡେପ୍ୟୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ । ତେବେ ସୌର ଚଷମା, ୱେଲଡିଂ ଚଷମା, ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଦେଖିପାରିବେ ।

ଅନନ୍ୟ ସୂର୍ଯ୍ୟପରାଗ: ଜ୍ବଳନ୍ତ ରିଙ୍ଗ ସାଜିବେ ରବି

ତେବେ ସୂର୍ଯ୍ୟପରାଗ ଏକ ଛାଇ ଆଲୁଅର ଖେଳ, ଏଥିରେ କୌଣସି ପାଣିପାଗ ପରିବର୍ତ୍ତନ ହେବ ହେବ ନାହିଁ । ଏହି ସମୟରେ ଖାଦ୍ୟ ଗ୍ରହଣ ନକରିବା ନେଇ କୌଣସି ବୈଜ୍ଞାନିକ ସତ୍ୟତା ନାହିଁ । ତେଣୁ ଏଥର କେବଳ ନିଆରା ପରାଗ ଅର୍ଥାତ ସୂର୍ଯ୍ୟ ଚାରିପଟେ ବଳୟ ଦେଖାଯିବ ।

ପ୍ରକାଶ ଥାଉ କି, ବର୍ଷକୁ ଦୁଇଥର ସୂର୍ଯ୍ୟପରାଗ ହୋଇଥାଏ । ଏହା 100 ବର୍ଷରେ 250 ଥର ହୋଇଥାଏ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details