ଭୁବନେଶ୍ବର:ରାଜଧାନୀରେ ଲେଡି ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା । ଦିନ ଗଡିବା ସହ ବଢୁଛି ଆତ୍ମହତ୍ୟାକୁ ନେଇ ସସ୍ପେନ୍ସ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ କେଶଟିକୁ ଟର୍ଣ୍ଣ କରିଛି । ପୋଲିସ ଏହି ବହୁ ଚର୍ଚ୍ଚିତ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏବେ ଆତ୍ମହତ୍ୟା କରିବା ପାଇଁ ଉସକେଇବା ମାମଲକୁ କେଶ ଟର୍ଣ୍ଣକରିଛି । ଆତ୍ମହତ୍ୟା କରିବା ପାଇଁ ଉସକେଇବା ନେଇ ଦଫା ୩୦୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।
ସାମ୍ନାକୁ ଆସିଛି ଏକ ଭାଇରାଲ ଅଡିଓ । କୁହାଯାଉଛି ଶ୍ବେତା ଓ ସୌମ୍ୟଜିତଙ୍କ ବାର୍ତ୍ତାଳପର ଇଏ ହେଉଛି ଭାଇରାଲ ଅଡିଓ । ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ମୋବାଇଲରେ ହେଉଥିବା ବାର୍ତ୍ତାଳପର ଏକ ଅଡିଓ ଭାଇରାଲ ହୋଇଛି । ଯେଉଁଥିରେ ଉଭୟ ହିନ୍ଦୀରେ କଥା ହେଉଥିବା ଶୁଣିବାକୁ ମିଳୁଛି, ''ଭାଇରାଲ ଅଡିଓରେ ଶ୍ବେତା କଥା ହେବା ପାଇଁ କହୁଥିବା ବେଳେ ସୌମ୍ୟଜିତ ଫୋନ ନକରିବାକୁ କହୁଛନ୍ତି, ଏଥି ସହ ଶ୍ବେତା ସୌମ୍ୟଜିତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ କହୁଥିବା ବେଳେ ସେ ଏହାକୁ ଖାତିର କରୁନଥିବା ଶୁଣିବାକୁ ମିଳିଛି । ସେପଟେ, ଏହି ଭାଇରାଲ ଅଡିଓରେ ଯୁବକ ଜଣକ କହୁଛନ୍ତି , "ତୁ ମୋ ଲାଇଫରୁ ଗଲେ ଆଉ ଜଣଙ୍କୁ ପଟାଇବି" । ତେବେ ବାର୍ତ୍ତାଳପ ଶେଷରେ ଯୁବତୀ ଜଣକ କହୁଛନ୍ତି, '' ମୁଁ ଆତ୍ମହତ୍ୟା କରିବି'' ସେହି ସମୟରେ ଯୁବକ ଜଣକ କହୁଛନ୍ତି, ''ହଁ ତୁ ମରିଯା'' କହି ଫୋନ କାଟିବା ସମୟରେ ''ସେୟା କରିବାକୁ ଯାଉଛି'' ବୋଲି ଯୁବତୀ ଜଣକ କହୁଥିବା ଶୁଣିବାକୁ ମିଳୁଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଭାଇରାଲ ଫୋନକଲ ଅଡିଓରେ ଯୁବତୀ ଜଣକ କାନ୍ଦି କାନ୍ଦି ନେହୁରା ହେଉଥିବା ଯୁବକ ଜଣକ ମୂଳରୁ ଶେଷ ପର୍ଯ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ଶୁଣାଯାଇଛି । ଯୁବକ ଜଣକ ବାରମ୍ବାର ନିଜ ଜୀବନରୁ ଚାଲିଯିବାକୁ କହିବା ସହ ବ୍ରେକଅପରେ ଏମିତି ହୁଏ ବୋଲି କହୁଛି । ସେପଟେ ଯୁବତୀ ଜଣକ "ମୋ ସହ ଚିଟ୍ କରନାହିଁ" ବୋଲି ନେହୁରା ହୋଇ କହୁଛି ।
ତେବେ ଏହି ଭାଇରାଲ ଅଡିଓ ସୌମ୍ୟଜିତ ଓ ଶ୍ବେତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତଳାପ କି ନୁହେଁ ତାହା ଯାଂଚ ପରେ ସ୍ପଷ୍ଟ ହେବ । ଅଡିଓ ଭାଇରାଲ ପରେ ସୌମ୍ୟଜିତ ଫେରାର ଥିବା କୁହାଯାଉଛି ।