ଓଡିଶା

odisha

ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମିଳିଲା ସଫ୍ଟୱେୟାର ଇଞ୍ଜିନିୟରଙ୍କ ମୃତଦେହ

By

Published : Aug 21, 2022, 1:47 PM IST

ଭଡା ଘରୁ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଘଟଣା ଉପରୁ ପରଦା ହଟାଇବାକୁ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମହିଳା ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ମୃତଦେହ ଠାବ
ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମହିଳା ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ମୃତଦେହ ଠାବ

ଭୁବନେଶ୍ବର: ଶୈଳଶ୍ରୀ ବିହାରରେ ଚାଞ୍ଚଲ୍ୟ । ଭଡା ଘରୁ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଯୁବତୀ ଜଣଙ୍କ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମହିଳା ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ମୃତଦେହ ଠାବ

ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ଵେତା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଶନିବାର ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ପରିବାର ଲୋକଙ୍କୁ ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯାଇଛି । କିନ୍ତୁ ଝିଅର ମୃତ୍ୟୁକୁ ନେଇ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ । ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ, କଣ ରହିଛି ଏହା ପଛର କାରଣ ସେନେଇ ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ପୋଲିସ । ଶ୍ବେତାଙ୍କ କଲ ଡିଟେଲ୍ସ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ ଚଳାଇଛି ପୋଲିସ । ତଦନ୍ତ ପରେ ପ୍ରକୃତ କାରଣ କଣ ତାହା ସାମ୍ନାକୁ ଆସିବ ।

ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମହିଳା ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ମୃତଦେହ ଠାବ
ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମହିଳା ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ମୃତଦେହ ଠାବ

ABOUT THE AUTHOR

...view details