ଓଡିଶା

odisha

ETV Bharat / city

ସମାଜସେବୀ ଚିନ୍ମୟ; ପରିବା ଦୋକାନୀଙ୍କୁ ମାଗଣାରେ ବାଣ୍ଟିଲେ ମାସ୍କ - ସମାଜସେବୀ ଚିନ୍ମୟ

ମାସ୍କ ଓ ସାନିଟାଇଜର ବ୍ୟବହାର ବର୍ତ୍ତମାନ ସମୟରେ ବେଶ ଆବଶ୍ୟକୀୟ ହୋଇପଡିଛି । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗର ହାତ ବଢାଉଛନ୍ତି ଅନେକ ସମାଜସେବୀ । ସେଥିରୁ ଜଣେ ହେଉଛନ୍ତି କଟକ ତେଲେଙ୍ଗା ବଜାରର ଚିନ୍ମୟ ପାତ୍ର ।

bhubaneswar latest news, social worker chinmay, free mask distribution, corona virus update, corona virus news, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସମାଜସେବୀ ଚିନ୍ମୟ, ମାଗଣା ମାସ୍କ ବଣ୍ଟନ
ସମାଜସେବୀ ଚିନ୍ମୟ; ପରିବା ଦୋକାନୀଙ୍କୁ ମାଗଣାରେ ବାଣ୍ଟିଲେ ମାସ୍କ

By

Published : Mar 24, 2020, 9:02 PM IST

ଭୁବନେଶ୍ବର: ରାଜ୍ୟ ନୁହେଁ କି ଦେଶ ନୁହେଁ, ସାରା ବିଶ୍ବରେ ଆତଙ୍କର ଛାୟା ଖେଳାଇଛି ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣ। ଏଥିପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର ମଧ୍ୟ ବେଶ ଆବଶ୍ୟକୀୟ ହୋଇପଡିଛି । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗର ହାତ ବଢାଉଛନ୍ତି ଅନେକ ସମାଜସେବୀ । ସେଥିରୁ ଜଣେ ହେଉଛନ୍ତି କଟକ ତେଲେଙ୍ଗା ବଜାରର ଚିନ୍ମୟ ପାତ୍ର ।

ସମାଜସେବୀ ଚିନ୍ମୟ; ପରିବା ଦୋକାନୀଙ୍କୁ ମାଗଣାରେ ବାଣ୍ଟିଲେ ମାସ୍କ

ଚିନ୍ମୟ ମଙ୍ଗଳବାର ଭୁବନେଶ୍ବରସ୍ଥିତ ଏକ ନମ୍ବର ହାଟରେ ପରିବା ଦୋକାନୀମାନଙ୍କୁ ମାସ୍କ ବାଣ୍ଟି ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଯେହେତୁ ଏବେ ବଜାରରେ ମାସ୍କର ଅଭାବ ଦେଖା ଦେଇଛି, ଅନେକ ସାଧାରଣ ଲୋକ ଏବଂ ଛୋଟିଆ ବ୍ୟବସାୟଙ୍କ ପାଇଁ ଏହା କିଣିବା କଷ୍ଟକର ହୋଇପଡିଛି । ଏହାକୁ ନଜରରେ ରଖି ଚିନ୍ମୟ ବାହାରୁ ମାସ୍କ ଆଣି ପରିବା ଦୋକାନୀ ଓ ଛୋଟ ଦୋକାନୀମାନଙ୍କୁ ବାଣ୍ଟିଥିବା ଦେଖିବାକୁ ମିଳିଛି ।

ବିଶେଷ କରି ଗରିବ, ଛୋଟ ବ୍ୟବସାୟ ଏବଂ ହସ୍ପିଟାଲ କର୍ମଚାରୀମାନଙ୍କୁ ମାସ୍କ ବାଣ୍ଟିଛନ୍ତି ଚିନ୍ମୟ । ଏହାସହ ଅଧିକ 3500 ମାସ୍କ ବାଣ୍ଟିବା ପାଇଁ ବରାଦ ଦେଇଛନ୍ତି ସେ । ତେବେ ଆଗକୁ ମଧ୍ୟ ଏମିତି ଲୋକଙ୍କୁ ମାସ୍କ ବାଣ୍ଟିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details