ଓଡିଶା

odisha

ETV Bharat / city

ଫରେନସିକ ଗଲା ଆଦିତ୍ୟଙ୍କ ଡାଏରୀ, ପ୍ରମାଣ ଆଧାରରେ ଖୁବଶିଘ୍ର ଗିରଫଦାରୀ

ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ଦିନକୁ ଦିନ ମାମଲା ଘନେଇବାରେ ଲାଗିଛି।ଫରେନସିକ ଲ୍ୟାବକୁ ଯାଇଛି ଆଦିତ୍ୟ ବ୍ୟବହାର କରୁଥିବା ହାତଲେଖା ଡାଏରୀ । ଆଉ ପ୍ରମାଣ ମିଳିଲେ ସେହି ଆଧାରରେ ଗିରଫଦାରୀ ହେବା ନେଇ ସୂଚନା ରହିଛି । ଅଧିକ ଖବର ପଢନ୍ତୁ...

ଫରେନସିକ ଗଲା ଆଦିତ୍ୟଙ୍କ ଡାଏରୀ, ପ୍ରମାଣ ଆଧାରରେ ଖୁବଶିଘ୍ର ଗିରଫଦାରୀ
ଫରେନସିକ ଗଲା ଆଦିତ୍ୟଙ୍କ ଡାଏରୀ, ପ୍ରମାଣ ଆଧାରରେ ଖୁବଶିଘ୍ର ଗିରଫଦାରୀ

By

Published : Jul 13, 2020, 5:12 PM IST

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ଦିନକୁ ଦିନ ମାମଲା ଘନେଇବାରେ ଲାଗିଛି । ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହି ଜିଆରପି ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି କ୍ରମରେ ଫରେନସିକ ଲ୍ୟାବକୁ ଯାଇଛି ଆଦିତ୍ୟ ବ୍ୟବହାର କରୁଥିବା ହାତଲେଖା ଡାଏରୀ । ଆଉ ପ୍ରମାଣ ମିଳିଲେ ସେହି ଆଧାରରେ ଗିରଫଦାରୀ ହେବା ନେଇ ସୂଚନା ରହିଛି ।

ଫରେନସିକ ଗଲା ଆଦିତ୍ୟଙ୍କ ଡାଏରୀ, ପ୍ରମାଣ ଆଧାରରେ ଖୁବଶିଘ୍ର ଗିରଫଦାରୀ

କାରଣ ଆଦିତ୍ୟ ଦାସଙ୍କ ହତ୍ୟା ପଛରେ ମିଳିସାରିଛି ହତ୍ୟାକାରୀର ସୁରାକ। ତେବେ ପ୍ରମାଣ ଅଭାବରୁ ଦୋଷୀକୁ ଗିରଫ କରିବା ଜିଆରପି ପାଇଁ କଷ୍ଟକର ପାଠ ହୋଇପାରେ। ସେଥିପାଇଁ ହାତ ଲେଖା ଡାଏରୀ ଯଦି ସତ ପ୍ରମାଣିତ ହୁଏ ଯେ ଏହା ଆଦିତ୍ୟଙ୍କ ହାତ ଲେଖା, ତେବେ ଖୁବଶିଘ୍ର ହୋଇପାରେ ଗିରଫଦାରୀ।

ସେପଟେ ଜିଆରପି ହାତରେ ସିଡିଆର ରୁ ଅନେକ ପ୍ରମାଣ ମିଳିଥିବା ସୂଚନା ରହିଛି। ଏପରିକି ଆଦିତ୍ୟଙ୍କ ମୃତ୍ୟୁ ସମୟରେ କେଉଁ ମାନଙ୍କ ଲୋକେସନ କଣ ଥିଲା ସେଥିପାଇଁ ବି ଚାଲିଛି ଖୋଳତାଡ। ସେହି ସନ୍ଦେହରେ 6 ଜଣଙ୍କ ଲୋକେସନ ଟ୍ରେସିଂ ସରିଛି।

ସେହିପରି ମୃତଦେହ ମିଳିବା ପୁର୍ବରୂ ଯାଇଥିବା ଟ୍ରେନର ତଥ୍ୟ ସହ ଲୋକୋ ପାଇଲଟଙ୍କ ତଥ୍ୟ ମଧ୍ୟ ଲାଗିସାରିଛି ଜିଆରପି ହାତରେ। ମୃତଦେହ ମିଳିବା ପୂର୍ବରୁ ଆଦିତ୍ୟଙ୍କୁ ଷ୍ଟେସନରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନେଇ ମଧ୍ୟ ସାକ୍ଷୀ ଯୋଗାଡ଼ ସରିଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details