ଓଡିଶା

odisha

ETV Bharat / city

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲରେ ଏବେ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ତଦନ୍ତ କରୁଥିବା ଜିଆରପି ପାଖରୁ କେସ ନିଜ ଦାୟିତ୍ବରେ ନେବାକୁ ଜିଆରପିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ । ଅଧିକ ଖବର ପଢନ୍ତୁ...

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ
ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ

By

Published : Jul 30, 2020, 12:28 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲରେ ଏବେ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ତଦନ୍ତ କରୁଥିବା ଜିଆରପି ପାଖରୁ କେସ ନିଜ ଦାୟିତ୍ବରେ ନେବାକୁ ଜିଆରପିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ । କେମିତି ଓ କେଉଁ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିଲା, ତାର ଆମୂଳଚୂଳରୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । ଏନେଇ ଆଜି ଡିଜିପି ଅଭୟ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡରେ ଏବେ କ୍ରାଇମବ୍ରାଞ୍ଚ ।

ସୂଚନା ଅନୁସାରେ ଚଳିତ ମାସ 7 ତାରିଖରେ ସମାଜସେବୀ ଆଦିତ୍ୟଙ୍କ ମୃତଦେହ ମିଳିଥିଲା ଲିଙ୍ଗରାଜ ଷ୍ଟେସନ ରେଳ ଟ୍ରାକରୁ । ଯାହାକୁ ନେଇ ଜିଆରପି ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ଅପମୃତ୍ୟୁ ମାମଲା ଓ ପରେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କ ଅଭିଯୋଗ କ୍ରମେ ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା ।

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ

ଏପରିକି ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ, ସାଙ୍ଗ ଏପରିକି ପରିବାର ଲୋକଙ୍କୁ ମିଶାଇ ମୋଟ 20 ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ ଷ୍ଟେଟ ହ୍ୟାଣ୍ଡରାଇଟ ବ୍ୟୁରୋରୁ ଆଦିତ୍ୟଙ୍କ ଏକ ହାତଲେଖା ଡାଏରୀ ମଧ୍ୟ ପଠାଯାଇ ତାଙ୍କର ବୋଲି ପ୍ରମାଣିତ ହୋଇଥିଲା ।

ଏହା ବାଦ ବି କୌଣସି ଠୋସ ତଦନ୍ତରେ ପହଞ୍ଚି ନପାରିବାରୁ ମୃତ୍ୟୁ ମାମଲା ଦିନକୁ ଦିନ ଘନେଇବାରେ ଲାଗିଛି। ତେବେ ବୁଧବାର ଜାତୀୟ ମାନବାଧିକାର କମିଶନ ଏଥିପାଇଁ କ୍ଷୁବ୍ଧ ହୋଇ କମିଶନରେଟ ପୋଲିସକୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି । 4 ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଆଜି ଡିଜିପି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details