ଓଡିଶା

odisha

ETV Bharat / city

ଷ୍ଟେସନ ଯାତ୍ରୀ ସହାୟକଙ୍କୁ ରାସନ ପ୍ରଦାନ, ସାମିଲ ହେଲେ ବର୍ଷା ପ୍ରିୟଦର୍ଶନୀ - social organization Providing food

ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫିନିକ୍ସ ସେବା ତରଫରୁ ଏହି ମହାମାରୀ ସମୟରେ ଲକଡାଉନ୍ ଯୋଗୁ ଜୀବନ ଜୀବିକାରେ ଅସୁବିଧା ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କୁ ରାସନ ପ୍ରଦାନ କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

social organization Providing food to the station passenger assistants in bbsr
ଷ୍ଟେସନ୍ ଯାତ୍ରୀ ସହାୟକଙ୍କୁ ଫିନିକ୍ସ ସେବା ତରଫରୁ ରାସନ ପ୍ରଦାନ,ସାମିଲ ହେଲେ ବର୍ଷା ପ୍ରିୟଦର୍ଶନୀ

By

Published : May 28, 2021, 4:54 PM IST

ଭୁବନେଶ୍ବର: ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫିନିକ୍ସ ସେବା ତରଫରୁ ଏହି ମହାମାରୀ ସମୟରେ ଲକଡାଉନ ଯୋଗୁ ଜୀବନ ଜୀବିକାରେ ଅସୁବିଧା ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କୁ ରାସନ ପ୍ରଦାନ କାର୍ଯ୍ୟ ଜାରି ରହିଛି ।
କୋରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାର ଏପ୍ରିଲ 5 ରୁ ଲକଡାଉନ୍ ଘୋଷାଣ କରିଛନ୍ତି । ଲକଡାଉନ୍ ଯୋଗୁ ଟ୍ରେନ୍ ଚଳାଚଳରେ ବ୍ୟାହତ ଯୋଗୁ ଷ୍ଟେସନରେ ଯାତ୍ରୀ ସହାୟକ ରୂପେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଷ୍ଟେସନ୍ ଯାତ୍ରୀ ସହାୟକଙ୍କୁ ଫିନିକ୍ସ ସେବା ତରଫରୁ ରାସନ ପ୍ରଦାନ,ସାମିଲ ହେଲେ ବର୍ଷା ପ୍ରିୟଦର୍ଶନୀ

ଆଜି(ଶୁକ୍ରବାର) ଅନୁଷ୍ଠାନ ତରଫରୁ 50 ରୁ ଉର୍ଦ୍ଧ୍ବ ଯାତ୍ରୀ ସହାୟକଙ୍କୁ ଗୋଟେ ମାସର ରାସନ ଚାଉଳ, ଡାଲି, ଅଟା, ଚୁଡ଼ା, ଚିନି, ତେଲ ପ୍ରଭୃତି ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ମଲ୍ଲିକ ଅୱେସଙ୍କ ପରିଚାଳନାରେ ଭୁବନେଶ୍ବର ଷ୍ଟେସନ ନିକଟରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଷ୍ଟେସନ ଡିରେକ୍ଟର ଚିତ୍ତରଞ୍ଜନ ନାୟକ ଯୋଗ ଦେଇ ରାସନ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିନୋଦ କୁମାର ପଲେଇ, ସୁଧାଂଶୁ ସାହୁ, ରାକେଶ ପରିଡା , ବିଶ୍ୱଜିତ୍ ଶୱ , ପ୍ରଭାତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନ ତରଫରୁ ଅସହାୟଙ୍କୁ ରାସନ ପ୍ରଦାନ ସହ ଲକଡାଉନ୍ ପ୍ରାରମ୍ଭରୁ ପ୍ରତିଦିନ ଭୁବନେଶ୍ଵରର ଅନେକ ଜାଗାରେ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବଣ୍ଟନ ମଧ୍ୟ ଜାରି ରହିଛି । ଆଗକୁ ଏହି ମହତ କାର୍ଯ୍ୟ ଜାରି ରହିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅୱେସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details