ଭୁବନେଶ୍ବର: ବାତ୍ୟା 'ଫନି'କୁ ଯିବାର 12 ଦିନ ବିତିଲାଣି । ଫନି ମାଡରେ ଘାଇଲା ହୋଇଛି ସମ୍ପୂର୍ଣ୍ଣ ପୁରୀ ସହର ଏବେ ବି ସଳଖି ଛିଡା ହୋଇ ପାରିନି । ଯେଉଁଥିରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ସବୁକିଛି ଧ୍ବସ୍ତବିଧ୍ବସ୍ତ ହେବା ସହ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ଭିତରେ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ସ୍ବାଭାବିକ ହେବାକୁ ଆଶ୍ବସନା ଦିଆଯାଉ ଥିବାବେଳେ ବାତ୍ୟା ବିପନ୍ନଙ୍କ ଦୁଃଖ ବୁଝିଛି 'ଉତ୍କଳ ବାତ୍ୟା ବିପନ୍ନ ସମିତି' ନାମକ ସାମାଜିକ ଅନୁଷ୍ଠାନ ।
ଏହି ଅନୁଷ୍ଠାନ ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଛନ୍ତି । ଫନି ପରେ ଅତି ଜରୁରୀ ହୋଇପଡିଥିବା ପାନୀୟଜଳ ଓ ଔଷଧ ପତ୍ର ଯୋଗାଇ ଦେଉଛି ଏହି ଅନୁଷ୍ଠାନ । ଅନ୍ୟପଟେ ମଶାଙ୍କ ପ୍ରାଦୁର୍ଭାବ ବଢିବା ସହ ପାଣିର ସଂକ୍ରମଣ ଯୋଗୁଁ ଲୋକଙ୍କୁ ଛାନିଆ କରିଛି ମହାମାରୀ ଭୟ । ଏଥିପାଇଁ ଅନୁଷ୍ଠାନ ତରଫରୁ ଆରଏସଏସ ସହାୟତାରେ ବଣ୍ଟା ଯାଉଛି ଔଷଧ ।