ଓଡିଶା

odisha

By

Published : Jul 6, 2022, 10:20 AM IST

ETV Bharat / city

Odisha Assembly: ସୋସିଆଲ ମିଡିଆ ନ୍ୟୁଜ ଚ୍ୟାନେଲ ଆଇନ ନେଇ ଗୃହରେ ପ୍ରଶ୍ନ

ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲମାନଙ୍କ ବିଧିବଦ୍ଧ ଆଇନ ବିଷୟରେ ମଧ୍ୟ ଆଲେଚନା ହୋଇଥିଲା। ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ବିଧିବଦ୍ଧ ଆଇନ୍ ନେଇ ପ୍ରଶ୍ନ କରିଥିଲେ ବିଧାୟକ ନାଉରୀ ନାୟକ । ଅଧିକ ପଢନ୍ତୁ

Odisha Assembly
Odisha Assembly

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନରେ ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତିଠୁ ନେଇ ବେକାରୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲମାନଙ୍କ ବିଧିବଦ୍ଧ ଆଇନ ବିଷୟରେ ମଧ୍ୟ ଆଲେଚନା ହୋଇଥିଲା। ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ବିଧିବଦ୍ଧ ଆଇନ୍ ନେଇ ପ୍ରଶ୍ନ କରିଥିଲେ ବିଧାୟକ ନାଉରୀ ନାୟକ । ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ବିଧିବଦ୍ଧ ଆଇନ୍ ନାହିଁ ।

ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ କେତେଗୋଟି ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲ୍ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଠାରୁ ସମ୍ବାଦ ପତ୍ର ପ୍ରସ୍ତୁତି ଏବଂ ପରିବେଷଣ ପାଇଁ ବିଧିବଦ୍ଧ ଅନୁମତି ପାଇଛନ୍ତି । ଏହି ସୋସିଆଲ ମିଡିଆ ନୁଜ୍ ଚ୍ୟାନେଲ ସାମ୍ବାଦିକମାନଙ୍କ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକୁ ନିମନ୍ତ୍ରଣ କରିବାକୁ ବା ନ କରିବାକୁ କୌଣସି ବିଭାଗୀୟ ନିର୍ଦ୍ଦେଶାବଳୀ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ନାଉରୀ ନାୟକ ।

ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲ ପାଇଁ ସମ୍ବାଦ ପ୍ରସ୍ତୁତି ଓ ପରିବେଷଣ କରିବା ନିମନ୍ତେ ଅନୁମତି ପ୍ରାପ୍ତ ପାଇଁ ରାଜ୍ୟ ସରକାଙ୍କ କୌଣସି ବିଧିବଦ୍ଧ ଆଇନ୍ ନାହିଁ । ଏହା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଷୟ ଅଟେ ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details