ଓଡିଶା

odisha

ETV Bharat / city

‘ଗୁଡ ଭୋଟର ଗଡ ଫାଦର’ ନାରାରେ ଚେତିବେ ରାଜଧାନୀବାସୀ - ଭୁବନେଶ୍ବର

ଭୋଟର କିପରି ନିଜ ବହୁମୂଲ୍ୟ ଭୋଟ ଦେଇ ବହୁମତରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବେ ସେନେଇ ଭୋଟରଙ୍କୁ ସଚେତନ କରିଛନ୍ତି ଜଣେ ସମାଜସେବୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

By

Published : Mar 28, 2019, 8:28 PM IST


ଭୁବନେଶ୍ବର: ଭୋଟରଙ୍କୁ ସଚେତନ କରିବାର ଅଭିନବ ଉପାୟ । ଗୁଡ ଭୋଟର ଗଡ ଫାଦର । ଏଭଳି କିଛି ନାରାରେ ଭୋଟରଙ୍କୁ ସଚେତନ କରୁଛନ୍ତି କବିସୂର୍ଯ୍ୟ ନଗରର ସମାଜସେବୀ ବ୍ରହ୍ମାନନ୍ଦ ଆଚାରି । ଭୋଟର କିପରି ନିଜ ବହୁମୂଲ୍ୟ ଭୋଟ ଦେଇ ବହୁମତରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବେ ସେନେଇ ଭୋଟରଙ୍କୁ କରିଛନ୍ତି ସଚେତନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଚଳିତବର୍ଷ ଏକାସାଙ୍ଗରେ ହେବାକୁ ଯାଉଛି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ସବୁଠି ଦେଖିବାକୁ ମିଳୁଛି ରାଜନୈତିକ ମାହୋଲ। ଏହି ସମୟରେ ସାଧାରଣ ଭୋଟରଟିଏ ପ୍ରଲୋଭନର ଶିକାର ହୋଇ ନିଜ ଭୋଟର ଅପବ୍ୟବହାର କରିବାର ଭୟ ରହିଥାଏ ।

ତେଣୁ ପୂର୍ବଥର ଭଳି ଭୁଲର ପୁନରାବୃତ୍ତି ନକରି ନିଜଭୋଟର ସଠିକ ବ୍ୟବହାର କରିବା ପାଇଁ ସାଧାରଣ ଲୋକଙ୍କୁ ସଚେତନକରୁଛନ୍ତି ଜଣେ ସମାଜସେବୀ । ରାଜଧାନୀର ବ୍ୟସ୍ତବହୁଳ ରାଜମାର୍ଗ ଠାରୁ ଆରମ୍ଭ କରି ଗାଁ ଗହଳିରେ ଚାଲି ଚାଲି ନିଜ ଦେହରେ ପୋଷ୍ଟର ଓ ସ୍ଲୋଗାନ ଦେଇ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ତାଙ୍କ ମତରେ ନିଜର ଭୋଟର ସଠିକ ମତଦାନ କରି ଜଣେ ଗୁଡ଼ ଭୋଟର ହେବା ସହିତ ନିଜେ ନିଜ ପାଇଁ ଗଡ଼ ଫାଦର ବା ସୁଶାସକ ବାଛି ପାରିବେ । କୌଣସି ଦଳ ବା ଚିହ୍ନକୁ ଦେଖି ଭୋଟ ନଦେଇ ଭଲ ଓ ଉତ୍ତମ ଚରିତ୍ରର ଲୋକଙ୍କୁ ଭୋଟ ଦେଲେ ସେମାନଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details