ଓଡିଶା

odisha

ETV Bharat / city

ସାବୁନ ମାଧ୍ୟମରେ ‘ମୋ ଭୋଟ ମୋ ଅଧିକାର’ର ବାର୍ତ୍ତା - appeal

ଏଲ.ଈଶ୍ୱର ରାଓ ଏବେ ପୁଣି ଚର୍ଚ୍ଚାରେ । ଶୁକ୍ରବାର ସେ ମୋ ଭୋଟ ମୋ ଅଧିକାରର ବାର୍ତ୍ତା ଲୋକଙ୍କୁ ଦେବା ପାଇଁ ଏକ ସାବୁନରେ 8 ସେଣ୍ଟିମିଟରର ମୂର୍ତ୍ତି ତିଆରି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 30, 2019, 3:16 PM IST

ଭୁବନେଶ୍ବର: ଆଗକୁ ଆସୁଛି ନିର୍ବାଚନ, ଆଉ ନିର୍ବାଚନକୁ ନେଇ ଲୋକଙ୍କ ଭିତରେ ବି ଦେଖିବାକୁ ମିଳୁଛି ଉତ୍ସାହ । ତେବେ ଏକ ନିଆରା ଢଙ୍ଗରେ ‘ମୋ ଭୋଟ ମୋ ଅଧିକାର’ର ବାର୍ତ୍ତାବାଣ୍ଟୁଛନ୍ତି ଏକ ଏଲ.ଈଶ୍ୱରରାଓ । ତେବେ ସେ ସାବୁନରେ ବିଭିନ୍ନ କଳାକୃତି ତିଆରି କରି ବେଶ୍ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରର ଏଲ.ଈଶ୍ୱର ରାଓ ଏବେ ପୁଣି ଚର୍ଚ୍ଚାରେ । ଶୁକ୍ରବାର ସେ ମୋ ଭୋଟ ମୋ ଅଧିକାରର ବାର୍ତ୍ତାଲୋକଙ୍କୁ ଦେବା ପାଇଁ ପୁଣି ଏକ ଅଭିନବ ପ୍ରୟାସ କରିଛନ୍ତି । ଶନିବାର ସେ ଏକ ସାବୁନରେ 8 ସେଣ୍ଟିମିଟରର ମୂର୍ତ୍ତି ତିଆରି କରିଛନ୍ତି । ଏଥିସହ ନିଜର କଳା ମାଧ୍ୟମରେ ବର୍ତ୍ତମାନର ଯୁବପିଢ଼ିଙ୍କୁ ଭୋଟ ଦେଇ ହକ୍ର ସରକାର ବାଛିବା ପାଇଁ ସଚେତନା ବାର୍ତ୍ତାବାଣ୍ଟୁଛନ୍ତି । ତେବେ ଏହିଭଳି ଉପାୟରେ ନିଜର ଭୋଟ ଦେଇ ମତ ସାବ୍ୟସ୍ତ କରିବା ପାଇଁ ନିବେଦନ କରିଛନ୍ତି ଏଲ ଈଶ୍ୱରରାଓ ।

ତେବେ ଏହି ମୂର୍ତ୍ତି ତିଆରି କରିବା ପାଇଁ ଗୋଟିଏ ଦିନର ସମୟ ଲାଗିଥିଲା ବୋଲି କହିଛନ୍ତି ଏଲ.ଈଶ୍ୱର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details