ଓଡିଶା

odisha

ETV Bharat / city

ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା: ସାମ୍ନାକୁ ଆସିଗଲେ ଲେଡି SI, ସରେଣ୍ଡର କଲା ଅଭିଯୁକ୍ତ

ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା । ସାମ୍ନାକୁ ଆସିଗଲେ ଲେଡି ଏସଆଇ । ଲେଡି ପୋଲିସ ଅଫିସରଙ୍କ ଆଗରେ ଆତ୍ମ ସମର୍ପଣ କଲା ଲୁଟେରା । ଅଧିକ ପଢନ୍ତୁ...

By

Published : Oct 7, 2021, 6:47 PM IST

ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା, ସାମ୍ନାକୁ ଆସିଗଲେ ଲେଡି SI, କଲା ସରେଣ୍ଡର
ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା, ସାମ୍ନାକୁ ଆସିଗଲେ ଲେଡି SI, କଲା ସରେଣ୍ଡର

ଭୁବନେଶ୍ବର: ରାଜଧାନୀର ଭରତପୁର ଅଞ୍ଚଳରେ ଚୋର ପୋଲିସ ଖେଳ । ଭ୍ୟାନିଟ ନେଇ ଚମ୍ପଟ ମାରୁଥିଲା ଚୋର । ଖବର ପାଇ ପଛରେ ଧାଇଁଥିଲେ ଲେଡି ପୋଲିସ ଅଫିସର । ୧୫ ମିନିଟର ଧାଁ ଧପଡ ପରେ ଶେଷରେ କାବୁ ହୋଇଥିଲା ଭ୍ୟାନିଟ ଲୁଟେରା । ବୁଧବାର ଅପରାହ୍ନ ସମୟରେ ଘଟିଛି ଏହି ଘଟଣା । ସାହାସୀ ଲେଡି ପୋଲିସ ଅଫିସର ହେଉଛନ୍ତି ଭରତପୁର ଥାନା ଏସଆଇ ମଧୁସ୍ମିତା କର । ସେ ଲୁଟେରାକୁ କାବୁ କରିବା ସଙ୍ଗେ ସଙ୍ଗେ ତା ଠାରୁ ଚୋରି ସୁନାଚେନ, କାନଫୁଲ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରିଛନ୍ତି ।

ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା, ସାମ୍ନାକୁ ଆସିଗଲେ ଲେଡି SI, କଲା ସରେଣ୍ଡର

ସୂଚନା ମୁତାବକ, ବୁଧବାର ଦିନ‌ ପ୍ରାୟ ୩ଟା ସମୟରେ ନୟାଗଡର ଅନୁସୁୟା ନାମକ ଜଣେ ଯୁବତୀ ନିଜର ଏକ ପରୀକ୍ଷା ଦେଇ ଚନ୍ଦକାରୁ ବରମୁଣ୍ଡା ଯାଉଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଭ୍ୟାନିଟ ଝାମ୍ପି ନେଇଥିଲେ । ପରେ ଯୁବତୀ ଜଣକ କାନ୍ଦିବା ଯୋଗୁଁ ସ୍ଥାନୀୟ ଲୋକେ ଏକଜୁଟ ହୋଇଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ଭରତପୁର ଥାନାର ଏସଆଇ ମଧୁସ୍ମିତା କର । ସେ ଏହି ଛିନତାଇ ସମ୍ପର୍କରେ ଜାଣିବା ପରେ ତୁରନ୍ତ କଣ୍ଟ୍ରୋଲ ରୁମକୁ ଜଣାଇ ସ୍କୁଟି ଯୋଗେ ଲୁଟେରାଙ୍କ ପିଛା କରିଥିଲେ ।

ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା, ସାମ୍ନାକୁ ଆସିଗଲେ ଲେଡି SI, କଲା ସରେଣ୍ଡର

ଜୟଦେବ ବାଟିକା ଡବଲ ରୋଡରେ, ରୋଡର ଗୋଟିଏ ପଟେ ଏସଆଇ ଗୋଡାଉଥିବାବେଳେ ରୋଡର ଅପରପଟେ ବିପରୀତ ଦିଗରେ ଲୁଟେରା ଦ୍ରୁତଗତିରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ସର୍ଟକଟ ମାରି ଲେଡି ଅଫିସର ଜଣକ ଲୁଟେରାଙ୍କ ଗାଡି ସାମ୍ନାକୁ ଆସି ଫିଲ୍ମ ଷ୍ଟାଇଲରେ ଟାଣିଥିଲେ କଲର । ଏହପରେ ଲୁଟେରା ଛିନତାଇ କରିଥିବା ଭ୍ୟାନିଟ ସହ ନିଜେ ଆତ୍ମ ସମର୍ପଣ କରିଥିଲା । ବାଇକ ଚଳାଉଥିବା ଅଭିଯୁକ୍ତ ଫେରାର ହୋଇଥିଵାବେଳେ ଭ୍ୟାନିଟ ନେଇଥିବା ଲିଙ୍ଗରାଜ ଥାନା ଅଞ୍ଚଳର ଚୈତନ୍ୟ ଦାସଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଘଟଣା ସମୟରେ ଉପସ୍ଥିତ ଥିବା ଲୋକେ ଲେଡି ଅଫିସରଙ୍କ ସାହାସ ଓ କାର୍ଯ୍ୟଦକ୍ଷତାକୁ ନେଇ ବାଃ ବାଃ କରିଥିଲେ ଏବଂ ଅଫିସର ହେବ ତ ଏମିତି ବୋଲି କହିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details