ଭୁବନେଶ୍ୱର: ମହାଙ୍ଗା ପଡିଲା ସାପ ସହ ଖେଳ । ସାପ ସହ ଷ୍ଟଣ୍ଟ ଭିଡିଓ ଭାଇରାଲ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ରୋହିତ ମେହେରକୁ ଗିରଫ କରିଛି ପୋଲିସ । ସେ ଅନେକ ବିଷଧର ସାପଙ୍କ ସହ ଷ୍ଟଣ୍ଟ କରି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛନ୍ତି ବରଗଡ ଡିଏଫଓ । ତେବେ ଷ୍ଟଣ୍ଟ ଦେଖାଉଥିବା ଯୁବତୀ ମଧ୍ୟ ତଦନ୍ତର ପରିସରକୁ ଆସିବେ ବୋଲି କହିଛନ୍ତି ସେ ।
ମହାଙ୍ଗା ପଡିଲା ସାପ ସହ ଖେଳ, ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ - ମହାଙ୍ଗା ପଡିଲା ସାପ ସହ ଖେଳ
ସାପ ସହ ଷ୍ଟଣ୍ଟ କରିବା ଘଟଣା । କିଙ୍ଗପିନ୍ ରୋହିତ ମେହେରକୁ ଗିରଫ କଲା ପୋଲିସ ।
ଡିଜାଇନ ଫଟୋ
ତେବେ ରୋହିତ ଅନେକ ବିଷଧର ସାପଙ୍କ ସହ ଷ୍ଟଣ୍ଟ କରି ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ । ଏପରିକି ଏହି ଭିଡିଓରୁ ସେ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲା । ରୋହିତ ନିଜେ ବିଷାକ୍ତ ସାପ ସହ ଭିଡିଓ କରିବା ସହ ଏଥିରେ ଅନେକ ଯୁବତୀଙ୍କୁ ମଧ୍ୟ ନିୟୋଜିତ କରୁଥିଲେ । ଶେଷରେ ତାଙ୍କୁ ବାନ୍ଧି ନେଇଛି ପୋଲିସ ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ