ଭୁବନେଶ୍ବର: ଅପରେସନ ଥିଏଟରରେ ତମ୍ପ ସାପ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଧରାପଡିଥିବା ୫ ଫୁଟିଆ ତମ୍ପ ସାପର ଚାଲିଛି ବିରଳ ଅସ୍ତ୍ରୋପଚାର । ଏକ ବନିଶି କଣ୍ଟାରେ ଫଶି ଛଟପଟ ହେଉଥିବା ଅବସ୍ଥାରେ ଏହି ସାପକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ଚିକିତ୍ସା ପାଇଁ ଓୟୁଏଟିକୁ ଆଣିଥିଲେ ।
ତେବେ ବେକରେ କଣ୍ଟା ଲାଗିଥିବାରୁ ଓୟୁଏଟିରେ ଚାଲିଥିଲା ଅପରେସନ । ଆନାସ୍ଥେସିଆ ଦେଇ ନିସ୍ତେଜ ଅବସ୍ଥାରେ ଆରମ୍ଭ ହୋଇଥିଲା ଅପରେସନ । ମନୁଷ୍ୟଙ୍କ ପରି ସାପର ହାର୍ଟ ପଲସ ଟେଷ୍ଟ କରି ବେକ ଚିରି ବାହାର କରାଯାଇଥିଲା ବନିଶି କଣ୍ଟା । ଯାହାକୁ ୩୦ ମିନିଟ ଧରି ସର୍ଜରୀ କରିଥିଲେ ଓୟୁଏଟିର ପ୍ରାଣୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ବଦିପ ଜେନା ।