ଓଡିଶା

odisha

ETV Bharat / city

ଏସଟିଏଫ ସ୍କାନରରେ ନିଶା ମାଫିଆ ଛୋଟାର ମୋବାଇଲ, କଣ୍ଟାକ୍ଟ ଲିଷ୍ଟରୁ ତନାଘନା ଜାରି - stf

ଖୋର୍ଦ୍ଧାର କୁଖ୍ଯାତ ନିଶା ମାଫିଆ ଛୋଟା ଏବେ ତିନିଦିନିଆ ରିମାଣ୍ଡରେ । ଆଉ ଏସଟିଏଫ ସ୍କାନରରେ ଛୋଟାର ମୋବାଇଲ ଫୋନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 19, 2019, 6:00 AM IST

ଭୁବନେଶ୍ବର: ଖୋର୍ଦ୍ଧାର କୁଖ୍ଯାତ ନିଶା ମାଫିଆ ଛୋଟା ଏବେ ତିନିଦିନିଆ ରିମାଣ୍ଡରେ । ହେଲେ ରିମାଣ୍ଡ ସମୟରେ ଏସଟିଏଫ ସ୍କାନରରେ ଛୋଟାର ମୋବାଇଲ ଫୋନ। କାରଣ ଛୋଟାର ମୋବାଇଲ ଫୋନରୁ ମିଳିଛି ହାଇ ପ୍ରୋଫାଇଲ କଣ୍ଟାକ୍ଟ ଲିଷ୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲିଷ୍ଟରେ ଅଛନ୍ତି ପୋଲିସ ଅଧିକାରିଠୁ ଆରମ୍ଭ କରି ଅବକାରୀ, ସ୍ଥାନୀୟ ପ୍ରଭାବଶାଳୀ ନେତା ଓ କିଛି ସରକାରୀ ଅଧିକାରୀ । ଯାହାଙ୍କ ଛତ୍ରଛାୟାରେ ଛୋଟା ପରିବା ବେପାରୀରୁ ସାଜିଥିଲା କୁଖ୍ଯାତ ନିଶା ବେପାରୀ । ବାଲେଶ୍ବରରୁ ଜଳେଶ୍ବରକୁ ନିଶା ସ୍ମଗଲିଂ କରି ରାଜଧାନୀ ଓ ଆଖପାଖରେ ଚଲାଇଥିଲା ନେଟୱର୍କିଂ। ଯାହାର ସୁରାଗ ଏବେ ଲାଗିଛି ଏସଟିଏଫ ହାତରେ । ତେକି ଛୋଟାକୁ କଣ୍ଟାକ୍ଟ କରୁଥିଲେ ଏହାସହ ଅହେତୁକ ଅନୁକମ୍ପା ପାଉଥିଲେ । ସେମାନଙ୍କ ମଧ୍ଯରେ ସ୍କାନରରେ ଅଛନ୍ତି ଜିଲ୍ଲା ବାହାରକୁ ବଦଳି ହୋଇଥିବା ଜଣେ ପୋଲିସ ଅଧିକାରୀ । ଏବଂ ଅବକାରୀ ଟିମରେ ଥିବା ଜଣେ ଉଚପଦସ୍ତ ଅଧିକାରୀ । ତା ସହିତ କିଛି ପୁର୍ବତନ ରାଜନେତା ଓ କିଛି ପ୍ରଭାବଶାଳୀ ବ୍ଯକ୍ତି। ଯାହାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରୁଛି ଏସଟିଏଫ ଟିମ।

ତେବେ ଏମାନେ ଛୋଟା ପାଖରେ ପହଞ୍ଚିଲାବେଳକୁ ଛୋଟାକୁ ଗିରଫ କରିବାକୁ ମଧ୍ଯ ସାହାସ କରୁନଥିଲେ କି କରାଉନଥିଲେ । ଯାହାଙ୍କ ପାଇଁ ଛୋଟା ଚଳାଇଥିଲା ଏପରି ନେଟୱର୍କିଂ । ବ୍ରାଉନସୁଗାରର ବାଦଶାହ କହିଲେ ଛୋଟା କରୁଥିଲା ଡିଲ। ଏଥିପାଇଁ ଘରର ପରିବାଠୁ ଆରମ୍ଭ କରି ସଉଦା ଓ ମାସିକ ହପତା ପହଂଚାଉଥିଲା ଛୋଟା ଓ ତାର ତଥାକଥିତ ନାନି । ଯାହାଙ୍କ ପଛରେ ଏସଟିଏଫ ପଡିଥିବା ବେଳେ ଖୁବଶିଘ୍ର ପ୍ରମାଣ ଆଧାରରେ ସେମାନଙ୍କର ସମ୍ପୃକ୍ତି ଫର୍ଧାଫାସ ହେବ ବୋଲି ଏସଟିଏଫ ଏସପି ସୂଚନା ଦେଇଛନ୍ତି । ତେବେ ରିମାଣ୍ଡ ସମୟରେ ଛୋଟାଠୁ ଏସଭିଙ୍କର ସମ୍ପୃକ୍ତିର ଖୁଲାସା କରିପାରେ ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details