ଓଡିଶା

odisha

By

Published : Jul 6, 2022, 10:42 PM IST

ETV Bharat / city

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିଲା ଉଭୟ ମନ୍ତ୍ରଣାଳୟ

ଇସ୍ତଫା ଦେବା ପରେ ଉଭୟ ମନ୍ତ୍ରୀଙ୍କ ପାଖରେ ଥିବା ମନ୍ତ୍ରଣାଳୟକୁ ଅନ୍ୟ ମନ୍ତ୍ରୀଙ୍କୁ ଅତିରିକ୍ତ ଭାବେ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅତିରିକ୍ତ ଭାବେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ମିଳିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରଣାଳୟ ମିଳିଛି । ଅଧିକ ପଢନ୍ତୁ

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିଲା ଉଭୟ ମନ୍ତ୍ରଣାଳୟ
ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିଲା ଉଭୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି (Mukhtar Abbas Naqvi) ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ (Rcp singh) । ଉଭୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ନିଜ ନିଜ ଇସ୍ତଫାପତ୍ର ଦେଇଛନ୍ତି । ରାଷ୍ଟ୍ରପତି ମଧ୍ୟ ଉଭୟଙ୍କ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ତେବେ ଇସ୍ତଫା ଦେବା ପରେ ଉଭୟ ମନ୍ତ୍ରୀଙ୍କ ପାଖରେ ଥିବା ମନ୍ତ୍ରଣାଳୟକୁ ଅନ୍ୟ ମନ୍ତ୍ରୀଙ୍କୁ ଅତିରିକ୍ତ ଭାବେ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ(Smriti Irani) ଙ୍କୁ ଅତିରିକ୍ତ ଭାବେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ମିଳିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ(Jyotiraditya Scindia) ଙ୍କୁ ଇସ୍ପାତ ମନ୍ତ୍ରଣାଳୟ ମିଳିଛି । ଉଭୟ ମନ୍ତ୍ରୀ ନିଜର ମୁଖ୍ୟ ମନ୍ତ୍ରଣାଳୟ ସହିତ ଅତିରିକ୍ତ ଭାବେ ଏହି ଦୁଇ ମନ୍ତ୍ରଣାଳୟ ସମ୍ଭାଳିବେ ।

ABOUT THE AUTHOR

...view details