ଓଡିଶା

odisha

By

Published : Aug 17, 2019, 7:28 PM IST

ETV Bharat / city

ଗ୍ରହଣ ଖଣ୍ଡିଆ ଶିଶୁଙ୍କ ମୁହଁରେ ହସ ଫୁଟାଉଛି ସ୍ମାଇଲ ଇଣ୍ଡିଆ

ରାଜଧାନୀରେ ସ୍ମାଇଲ ଟ୍ରେନ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟକ ପ୍ରଦର୍ଶନ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ଅନେକ ଗ୍ରହଣ ଖଣ୍ଡିଆ ଶିଶୁ ଅଛନ୍ତି । ଆଉ ସେମାନଙ୍କ ଗ୍ରହଣ ଖଣ୍ଡିଆକୁ ସୁନ୍ଦର କରିବା ସହ ସେମାନଙ୍କ ଓଠରେ ହସ ଫୁଟାଇବାକୁ ଆଗେଇ ଆସିଛି ସ୍ମାଇଲ ଟ୍ରେନ ଇଣ୍ଡିଆ । ଏପରିକି ଏହି ଅନୁଷ୍ଠାନ ଦେଶର କୋଣ ଅନୁକୋଣରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ରାଜଧାନୀ ଗୀତଗୋବିନ୍ଦ ଭବନରେ ଅନୁଷ୍ଠାନ ପକ୍ଷରୁ ସ୍ମାଇଲ ଟର୍ଚ୍ଚ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଲୀଳା ଇମାନ ଯୋଗ ଦେଇ କହିଛନ୍ତି, ଆଜି ବି ଭାରତରେ ଗ୍ରହଣ ଖଣ୍ଡିଆ ଶିଶୁ ମାନଙ୍କର ଚିକିତ୍ସା କରିବାରେ ବିଳମ୍ବ କରାଯାଉଛି । ଏପରିକି ଏ ବିଷୟରେ ଲୋକଙ୍କୁ ସଚେତନ କରାଇବା ସତ୍ତ୍ବେ ମଧ୍ୟ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କର ଚିକିତ୍ସା କରାଇ ପାରୁ ନାହାଁନ୍ତି। ଏଥିସହ ଅନେକ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଶିଶୁ ମାନଙ୍କୁ ଚିକିତ୍ସା କରାଇ ପାରୁ ନାହାଁନ୍ତି । ତେଣୁ ଅନୁଷ୍ଠାନ ପକ୍ଷରୁ ଏହି ଶିଶୁ ମାନଙ୍କ ମାଗଣାରେ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର 20 ହଜାର ଶିଶୁଙ୍କ ଚିକିତ୍ସା କରାଯାଇଥିବା ସେ କହିଛନ୍ତି । ଏହି ଅବସରରେ କଳାକାରମାନଙ୍କ ଦ୍ବାରା ଗ୍ରହଣ ଖଣ୍ଡିଆ ସଚେତନତା ନିମନ୍ତେ ଏକ କ୍ଷୁଦ୍ର ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details