ଓଡିଶା

odisha

ETV Bharat / city

ସଜବାଜ ସେଲିବ୍ରେସନ, ଆଶ୍ରୟସ୍ଥଳୀରେ ପିଠା ବାଣ୍ଟିଲା ସ୍ବେଚ୍ଛାସେବୀ ସଙ୍ଗଠନ - Inmates home

ସଜବାଜରେ ଆଶ୍ରୟସ୍ଥଳୀରେ ରଜ ପିଠା ବାଣ୍ଟି ଖୁସି ବାଣ୍ଟିଛି ସ୍ବେଚ୍ଛାସେବୀ ସଙ୍ଗଠନ ସ୍ମାଇଲ ପ୍ଲିଜ । ଅଧିକ ପଢନ୍ତୁ...

ସଜବାଜ: ଆଶ୍ରୟସ୍ଥଳୀରେ ପିଠା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଙ୍ଗଠନ
ସଜବାଜ: ଆଶ୍ରୟସ୍ଥଳୀରେ ପିଠା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଙ୍ଗଠନ

By

Published : Jun 13, 2021, 4:57 PM IST

ଭୁବନେଶ୍ବର:ରାତି ପାହିଲେ ଖୁସି ନେଇ ଆସୁଛି ରଜ । ରଜ ଆସିବା ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଗଲାଣି ସେଲିବ୍ରେସନ । ସଜବାଜରେ ରାଜଧାନୀର ସ୍ବେଚ୍ଛାସେବୀ ସଂଗଠନ ସ୍ମାଇଲ ପ୍ଲିଜ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ପିଠା ବାଣ୍ଟି ଖୁସି ବାଣ୍ଟିଥିବା ଦେଖିବାକୁ ମିଳିଛି ।

ସଜବାଜ: ଆଶ୍ରୟସ୍ଥଳୀରେ ପିଠା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଙ୍ଗଠନ

ଚଳିତ ବର୍ଷ କୋଭିଡ ପାଇଁ ଫିକା ପଡିଛି ରଜ ଉତ୍ସବ। କିନ୍ତୁ ଭୁବନେଶ୍ବର ୟୁନିଟ 2 ୱାର୍ଡ ନମ୍ବରରେ ଥିବା ବାସଶୂନ୍ୟ ଆଶ୍ରୟ ସ୍ଥଳୀରେ ନିଆରା ରଜ ମଉଜ। ସ୍ମାଇଲ ପ୍ଲିଜ ସ୍ଵେଚ୍ଛାସେବା ଅନୁଷ୍ଠାନ ବାସଶୂନ୍ୟ ଅନ୍ତେବାସୀଙ୍କୁ ରଜ ପିଠା ଦେଇ ଖୁସି ବାଣ୍ଟିଛି । ଫାଉଣ୍ଡେସନ ପକ୍ଷରୁ ବିଏମସି ଆଶ୍ରୟସ୍ଥଳୀ ଗୁଡିକରେ ପୋଡ଼ ପିଠା, ଆରିଷା ପିଠା ଓ ପାନ ବଣ୍ଟନ କରାଯାଇଛି । କୋଭିଡ ସ୍ଥିତିରେ ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ପ୍ରୟାସ କରିଛି ଏହି ସ୍ବେଚ୍ଛାସେବୀ ସଂଗଠନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details