ଭୁବନେଶ୍ବର: ଏମସିସି ପାଇଁ ଏସଏଚଜିଙ୍କ ପୂର୍ବ ପ୍ରସ୍ତୁତି । ଏଣିକି ବିଏମସି ପକ୍ଷରୁ ପ୍ରସ୍ତାବିତ ଏମସିସିରେ ପରିଚାଳନା କରିବେ ସ୍ବଚ୍ଛ ସାଥୀ । ରାଜଧାନୀ ଭୁବନେଶ୍ବରରେ ଘରେଘରେ ସ୍ବଚ୍ଛତା ବାର୍ତ୍ତା ପହଞ୍ଚାଇବେ ସ୍ବଚ୍ଛ ସାଥୀ । ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନିଜର ଭୂମିକା ନେଇ ଦକ୍ଷିଣ-ପୂର୍ବ ଜୋନର ୨୦ ଟି ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୮୦ ଜଣ ସ୍ବଚ୍ଛ ସାଥୀଙ୍କୁ ବିଏମସି ପକ୍ଷରୁ ତାଲିମ ଦିଆଯାଇଛି।
ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପ୍ରସ୍ତାବିତ ମଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ, ପୃଥୀକୀକରଣ ଏବଂ ବ୍ୟାପକ ଗୋଷ୍ଠୀ ଭିତ୍ତିକ ପରିଚାଳନା ପାଇଁ ଗୁରୁଦାୟିତ୍ବ ନେବେ ଏସଏଚଜି ସଦସ୍ୟା। ବିଜ୍ଞାନ ସମ୍ମତ ବର୍ଜ୍ୟବସ୍ତୁ ପରିଚାଳନାକୁ ଏମସିସି ମାଧ୍ୟମରେ କରିବାର ପ୍ରୟାସ ଜାରି ରହିଥିବା ବେଳେ ବିଏମସି ପକ୍ଷରୁ ଆୟୋଜିତ ହୋଇଛି ସ୍ବଚ୍ଛ ସାଥୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର।