ଭୁବନେଶ୍ବର: ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିଛି ନୂଆ ଟ୍ରାଫିକ ନିୟମ । ରାଜ୍ୟରେ କଡାକଡି ହେଉଛି ଚେକିଂ । ଘରୁ ପଦାକୁ ଗୋଡ କାଢିଲେ ଲାଗୁଛି ଟେନସନ୍ । କାଳେ କେତେବେଳେ ଆରଟିଓ ଓ ଟ୍ରାଫିକ ପୋଲିସଙ୍କ ହାବୁଡରେ ପଡିଯିବି କି । ନୂଆ ନିୟମକୁ ନେଇ ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ସବୁଠି ଅଧିକ ଛନକା ପଶୁଛି । କାରଣ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଅବମାନନା କରିବା ଘଟଣାରେ ଭୁବନେଶ୍ବରରେ ସର୍ବାଧିକ ଜୋରିମାନା ଆଦାୟ ହୋଇଛି । ଏପଟେ ବର୍ଷାତମାମ ପ୍ରଦୂଷଣ ସାର୍ଟିଫେକଟ ଦେଉଥିବା ଗାଡି ନିକଟରେ କାହାର ପାଦ ପଡୁ ନଥିବା ବେଳେ ଏବେ ହଠାତ୍ ଲାଗୁଛି ଗହଳି ଚହଳି । କାରଣ ପ୍ରଦୂଷଣ ସାର୍ଟିଫିକେଟ ନଥିଲା ଗଣିବାକୁ ହେବ ମୋଟା ଅଙ୍କର ଟଙ୍କା ।
ରାଜଧାନୀରେ କେତୋଟି ସ୍ଥାନରେ ମିଳୁଛି ପ୍ରଦୂଷଣ ସାର୍ଟିଫିକେଟ୍ ? ଏଥିପାଇଁ କେତେଟି ସଂସ୍ଥା ଦାୟିତ୍ବ ନ୍ୟସ୍ତ କରାଯାଇଛି ? ଲୋକେ ସୁବିଧାରେ ପାଉଛନ୍ତି ତ ସାର୍ଟିଫିକେଟ୍ ? ଯାହାର ଗ୍ରାଉଣ୍ଡ ଲେଭଲରୁ ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ୍ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସରକାର ପ୍ରଦୂଷଣ ସାର୍ଟିଫେକେଟ୍ ପାଇଁ ଆଇନ କଡାକଡି କରିଥିବା ବେଳେ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ପ୍ରଦୂଷଣ ସାର୍ଟିଫେକେଟ୍ ଦେବା ପାଇଁ ସରକାରୀଙ୍କ ତରଫରୁ କୌଣସି ପଲ୍ୟୁସନ ସେଣ୍ଟର ନାହିଁ । ସାର୍ଟିଫିକେଟ ଦେଉଛନ୍ତି ବେସରକାରୀ ସଂସ୍ଥା । ଏମାନଙ୍କୁ ସରକାରୀସ୍ତରରେ ଦାୟିତ୍ବ ଦିଆଯାଇଛି ।