ଓଡିଶା

odisha

ETV Bharat / city

ସ୍ମାର୍ଟସିଟି ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି - ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ

ପଦାରେ ପଡିଛି ସ୍ମାର୍ଟସିଟିର ସ୍ମାର୍ଟନେସ । ଏନେଇ ବିଏମସିର ପାରିବାପଣିଆକୁ ବିଜେପି ପଦାରେ ପକାଇବା ସହ ରାଜରାସ୍ତାକୁ ଓଲ୍ହାଇଛି । ଏନେଇ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କର୍ମୀ ଗଣଧାରଣା ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Jul 31, 2019, 11:47 PM IST

ଭୁବନେଶ୍ବର: ବିଏମସିକୁ ଘେରିଲା ବିଜେପି । ସ୍ମାର୍ଟସିଟିର ବେହାଲ ପରିସ୍ଥିତି ନେଇ ବିଏମସି ସାମ୍ନାରେ ବିଜେପିର ଵିକ୍ଷୋଭ। ଏନେଇ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କର୍ମୀ ଗଣଧାରଣା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର ନାଗରିକମାନେ ଉତ୍ତମ ସେବା ଓ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଚଳିତବର୍ଷ ବର୍ଷାଋତୁରେ ରାଜଧାନୀର ବର୍ଷାପାଣି ନିଷ୍କାସନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତା ବିଏମସିର ପାରିବାପଣିଆକୁ ପଦାରେ ପକାଇଛି ଯାହାକୁ ନେଇ ବିଜେପି ଅଭିଯୋଗ କରିବା ସହ ରାଜରାସ୍ତାକୁ ଓଲ୍ହାଇଛି।


ବୁଧବାର ଭୁବନେଶ୍ବର ମହାନଗର ନିଗମ ସମ୍ମୁଖରେ ଭୁବନେଶ୍ବର ଜିଲ୍ଲା ବିଜେପି ନେତା ଓ କର୍ମୀ ନାରାବାଜି କରିବା ସହ ଵିକ୍ଷୋଭ କରିଛନ୍ତି। ବିଜେପିର ଅଭିଯୋଗ ଅନୁସାରେ, ସାଧାରଣ ବର୍ଷାରେ ବରିଷ୍ଠ ନାଗରିକ ଖୋଲା ଡ୍ରେନରେ ଭାସି ମୃତ୍ୟୁବରଣ କରିବା ବିଏମସିର ଚରମ ବିଫଳତାର ପ୍ରମାଣ।

ଭୁବନେଶ୍ବରରେ ଫନି ପ୍ରଭାବିତଙ୍କୁ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସରକାରୀ ସହାୟତା ମିଳିଲାନାହିଁ। ଯାହା ସାଧାରଣ ଗରିବ ଲୋକଙ୍କ ସ୍ବାର୍ଥ ପ୍ରତି ଚରମ ବିଶ୍ବାସଘାତକ। ସାରା ଭୁବନେଶ୍ବରରେ ସ୍ବଚ୍ଛତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଗାମୀ ଦିନରେ ଏହା ବିରୋଧରେ ଜୋରଦାର ପ୍ରତିବାଦ କରାଯିବ ବୋଲି ଭୁବନେଶ୍ବର ମଣ୍ଡଳ ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି। ଏନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳ ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକଙ୍କୁ ଭେଟି ଦାବି ସମଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକଙ୍କ ସୂଚନା ଅନୁସାରେ ଆଜି ବିଏମସି ସାମ୍ନାରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ସେମାନେ କିଛି ଦାବି ଜଣାଇଛନ୍ତି ତାକୁ ଅନୁଧ୍ୟାନ କରାଯିବ ,ଆଇନ ହିସାବରେ ଯାହା ଠିକ ହେବ ତାକୁ କାର୍ଯ୍ୟକାରୀ କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details