ଓଡିଶା

odisha

ETV Bharat / city

ଏଣିକି ବିଦ୍ୟୁତ ଚୋର ଧରିବ ସ୍ମାର୍ଟ ମିଟର

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଆସୁଛି ସ୍ମାର୍ଟ ମିଟର । ଯୋଜନା ଅନୁଯାୟୀ ସମ୍ବଲପୁରରେ ପ୍ରିପେଡ ସ୍ମାର୍ଟ ମିଟର ଏବଂ ରାଉରକେଲାରେ ଲାଗିବ ସ୍ମାର୍ଟ ମିଟର ।

By

Published : Aug 19, 2019, 5:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଆସୁଛି ସ୍ମାର୍ଟ ମିଟର । ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରଥମେ ଏହି ଯୋଜନାକୁ ସମ୍ବଲପୁର ଓ ରାଉରକେଲାରେ ପରୀକ୍ଷା କରାଯିବ । ଯୋଜନା ଅନୁଯାୟୀ ସମ୍ବଲପୁରରେ ପ୍ରିପେଡ ସ୍ମାର୍ଟ ମିଟର ଏବଂ ରାଉରକେଲାରେ ଲାଗିବ ସ୍ମାର୍ଟ ମିଟର । ଏନେଇ ସମ୍ବଲପୁରର ମୋଟ 4500ଟି ମିଟର ସମସ୍ତ ଉପଭୋକ୍ତାଙ୍କ ଘରେ ଲାଗିବା ନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ମିଟର ବ୍ୟବହାର ପଛରେ ରହିଥିବା ମୂଳ ଲକ୍ଷ୍ୟ ହେଉଛି ବିଦ୍ୟୁତ ଚୋରି ଓ ଟାମ୍ପରିଂକୁ କାବୁ କରିବା । ତେବେ ସୋମବାର ବିଦ୍ୟୁତ ବିତରଣ ଓ ସଞ୍ଚାରଣକୁ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିରେ ବୈଠକ ବସିଥିଲା । ଯେଉଁଥିରେ ବିଦ୍ୟୁତ ଭିତ୍ତିଭୂମି, କ୍ଷତି ରୋକିବା, ସ୍ମାର୍ଟ ମିଟର ଓ ପ୍ରିପେଡ ମିଟର ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।

ଏଥିସହ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ବିତରକ କମ୍ପାନୀ ସେସୁ 41 କୋଟି ଟଙ୍କା ଲାଭ କରିଥିବା ଆଲୋଚନାରୁ ଜଣା ପଡିଥିଲା । ଫଳରେ ଅନ୍ୟ ବିତରକ କମ୍ପାନୀ କ୍ଷତି ସହୁଥିବା ଜଣା ପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details