ଓଡିଶା

odisha

ETV Bharat / city

ବାଣୀବିହାର ଠାରୁ ଶିଶୁଭବନ ହେବ ସ୍ମାର୍ଟ ଭେଣ୍ଡିଂଜୋନ - ସ୍ମାର୍ଟ କିଅସ୍କ

ଜନପଥର ସୌନ୍ଦର୍ଯ୍ୟକରଣ ନେଇ ନିଆଯାଉଛି ଏଭଳି ପଦକ୍ଷେପ। ଭୁବନେଶ୍ବର ଜନପଥରେ ଶତାଧିକ ଭେଣ୍ଡିଂଜୋନରେ ହେବ ସ୍ମାର୍ଟ ବ୍ୟବସାୟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 31, 2019, 8:30 AM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ହେବ ସ୍ମାର୍ଟ ଭେଣ୍ଡିଂ ଜୋନ। ବାଣୀବିହାର ଠାରୁ ଶିଶୁଭବନ ପର୍ଯ୍ୟନ୍ତ ଜନପଥରେ ମିଳିବ ଏହି ସ୍ମାର୍ଟ ସୁବିଧା। ଜନପଥର ସୌନ୍ଦର୍ଯ୍ୟକରଣ ନେଇ ନିଆଯାଉଛି ଏଭଳି ପଦକ୍ଷେପ। ଭୁବନେଶ୍ବର ଜନପଥରେ ଶତାଧିକ ଭେଣ୍ଡିଂ ଜୋନରେ ହେବ ସ୍ମାର୍ଟ ବ୍ୟବସାୟ । ଏଭଳି ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ବର ସ୍ମାର୍ଟସିଟି।

ବାଣୀବିହାର ଠାରୁ ଶିଶୁ ଭବନ ପର୍ଯ୍ୟନ୍ତ ପାଖାପାଖି ୫ ରୁ ୬ କିମି ଅଞ୍ଚଳରେ ପ୍ରସ୍ତୁତ ହେବ ସ୍ମାର୍ଟ କିଅସ୍କ । ୩ ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କିଅସ୍କରେ ରହିଛି ମେଟାଲ ଡୋର, ସେଫଟି ଲକର। ହେଲେ ଏହି ସ୍ମାର୍ଟ କିଅସ୍କ ଅନ୍ତରାଳରେ ରହିଯାଉଛି ଲମ୍ବା ସମୟ ଧରି ରାଜଧାନୀର ରାଜରାସ୍ତାରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ମାର୍ଟସିଟି କତ୍ତୃପକ୍ଷଙ୍କ କହିବା କଥା ହେଲା, ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ଏବଂ ସୁବିଧା ପାଇଁ ଏଭଳି ସ୍ମାର୍ଟ କିଅସ୍କ କରାଯାଉଛି । ଜନପଥରେ ମୋଟ ୧୬୭ଟି ସ୍ମାର୍ଟ କିଅସ୍କ କରାଯିବ । ରାଜମହଲ ଛକରୁ ରାମମନ୍ଦିର ଛକ । ଫଳ ଦୋକାନୀ ଠାରୁ ଆରମ୍ଭ କରି ବୁକଷ୍ଟଲ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନେ ଏହି ସୁବିଧା ପାଇବେ । ଏବେ ପ୍ରଥମ ପର୍ଯ୍ୟାୟରେ ୭୦ଟି କିଅସ୍କକୁ ଯୋଗାଇ ଦିଆଯିବ । ଅବଶିଷ୍ଟ କାମ ସମ୍ପୂର୍ଣ୍ଣ ହେଲା ପରେ ଦିଆଯିବା ସହ ଆସନ୍ତାବର୍ଷ ମେ ସୁଦ୍ଧା ସ୍ମାର୍ଟ କିଅସ୍କ ବିତରଣ ସମ୍ପୂର୍ଣ୍ଣ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details