ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ପ୍ଲାଷ୍ଟିକ କଟକଣାକୁ ଫୁ - ପ୍ଲାଷ୍ଟିକ କଟକଣାକୁ ଫୁ

2019 ମସିହା ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀ ଦିନ ରାଜ୍ୟରେ ପଲିଥିନ, ପ୍ଲାଷ୍ଟକ ନିଷେଦ୍ଧ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ମାତ୍ର ରାଜଧାନୀ ଭୁବନେଶ୍ବରରେ ଏହାର ଖୁଲମ ଖୁଲା ଉଲ୍ଲଙ୍ଘନ କରୁଛନ୍ତି ଲୋକେ । ଯାହାକୁ ନେଇ ବିଏମସିର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ପ୍ଲାଷ୍ଟିକ କଟକଣାକୁ ଫୁ
ସ୍ମାର୍ଟସିଟିରେ ପ୍ଲାଷ୍ଟିକ କଟକଣାକୁ ଫୁ

By

Published : Feb 20, 2021, 10:53 PM IST

ଭୁବନେଶ୍ବର:ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଆରମ୍ଭ ହୋଇଥିଲା ପ୍ଲାଷ୍ଟିକ ମୁକ୍ତ ଅଭିଯାନ । 2019 ମସିହା ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟରେ ପଲିଥିନ, ପ୍ଲାଷ୍ଟିକ ନିଷେଦ୍ଧ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ମାତ୍ର ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସହରର ଗଳି କନ୍ଦିରୁ ଆରମ୍ଭ କରି ବଜାର ଘାଟରେ ସବୁଠି କୁଢ କୁଢ ପ୍ଲାଷ୍ଟିକ । ରାଜଧାନୀବାସୀ ଖୋଲାଖୋଲି ଭାବେ ନିୟମର ଉଲଙ୍ଘନ କରୁଛନ୍ତି । ତେବେ ଏହି ଘଟଣାରେ ସିଧାସଳଖ ବିଏମସିକୁ ଦୋଷ ଦେଇଛନ୍ତି ଅଞ୍ଚଳବାସୀ ଏବଂ ବିଏମସି ମନମୁଖୀ କାର୍ଯ୍ୟ ଯୋଗୁଁ ସହରରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ସ୍ମାର୍ଟସିଟିରେ ପ୍ଲାଷ୍ଟିକ କଟକଣାକୁ ଫୁ

ପ୍ରଦୂଷଣ ବୋର୍ଡର ନିୟମ ଅନୁଯାୟୀ, ଲୋକମାନେ 50 ମାଇକ୍ରୋନ ଧଳା ପଲିଥିନ ଏବଂ 300 ମିଲିଲିଟର ପାଣି ବୋତଲ ବ୍ୟବାହର କରିପାରିବେ । ହେଲେ ସହରରେ ପୁଳା ପୁଳା ପ୍ଲାଷ୍ଟିକ ପଲିଥିନ ବ୍ୟବହାର ହେଉଥିବା ନଜରକୁ ଆସୁଛି ।

ତେବେ ପୂର୍ବରୁ ବିଏମସି ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନେଇ ଜୋରିମାନା ଧାର୍ଯ୍ୟ କରାଯାଇଛି । ଭୁବନେଶ୍ବର ମହାନଗର ନିଗମର 3ଟି ଜୋନରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇ ପ୍ଲାଷ୍ଟିକ ଚଢାଉ ଜୋରଦାର କରାଯାଉଛି । ବିଭିନ୍ନ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗୋଦାମଗୁଡିକୁ ସିଲ କରାଯାଇ ପ୍ରାୟ 4 ଲକ୍ଷ ଜୋରିମାନା ମଧ୍ୟ ଆଦାୟ ହୋଇଛି । ହେଲେ ତଥାପି ସୁଧୁରୁ ନାହାନ୍ତି ଲୋକେ ।

ଅନ୍ୟପଟେ ସାଧାରଣ ଲୋକଙ୍କ ମତରେ ବିଏମସି ଛୋଟ ଛୋଟ ଦୋକାନରୁ ପ୍ଲାଷ୍ଟିକ ଜବତ କରିବା ସଙ୍ଗେ ସଙ୍ଗେ ବଡ ବଡ ଗୋଦାମକୁ ବନ୍ଦ କରୁ । ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତାହାହେଲେ ଯାଇ ପ୍ଲାଷ୍ଟକ ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଯାଇପାରିବ । ଏହାସହ ଏହି ସାମଗ୍ରୀର ବ୍ୟବାହର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ପାଇଁ ସାମଗ୍ରିକ ପ୍ରଚେଷ୍ଟାର ଆବ୍ୟଶ୍ୟକାତା ରହିଛି । ବିଏମସି ଏଥିପ୍ରତି ଦୃଷ୍ଟି ଦେଲେ, ପ୍ଲାଷ୍ଟିକ ମୁକ୍ତ ସ୍ମାର୍ଟସିଟିର ସ୍ବପ୍ନ ନିଶ୍ଚୟ ସାକାର ହୋଇପାରିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details