ଓଡିଶା

odisha

ETV Bharat / city

ଆନ୍ତର୍ଜାତୀୟ ଯୋଗ ଦିବସ: କୋରୋନାରୁ ମୁକ୍ତି ଦେବ ଯୋଗ - bhubaneswar news

ଯୋଗ ମଣିଷ ଶରୀର ଓ ମନକୁ ଫିଟ ରଖେ । ଚାପ ଓ ରୋଗରୁ ଉପଶମ ଦିଏ । ଆଜି ଜୁନ୍ ୨୧ ଅର୍ଥାତ୍ ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ରାଜଧାନୀ ଭୁବନେଶ୍ବରରେ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

Smart city people celebrated yoga day
ଆନ୍ତର୍ଜାତୀୟ ଯୋଗ ଦିବସ: କୋରୋନାରୁ ମୁକ୍ତି ଦେବ ଯୋଗ

By

Published : Jun 21, 2020, 10:02 AM IST

Updated : Jun 21, 2020, 12:52 PM IST

ଭୁବନେଶ୍ବର: ଆଜି ସାରା ବିଶ୍ବ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି । କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ଦିବସର ଆୟୋଜନ ଭିନ୍ନ ଭାବେ କରାଯାଉଛି । ଆୟୁଷ ମନ୍ତ୍ରାଳୟ ଅନୁସାରେ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ହେଉଛି ଯୋଗ ଦିବସ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି । ସହରର କେତେକ ସ୍ଥାନରେ ଅଳ୍ପ କେତେକ ଲୋକଙ୍କୁ ନେଇ ଯୋଗ କରାଯାଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରସ୍ଥିତ ବରଗଡ ବ୍ରିଟ୍ କଲୋନୀ ଠାରେ ଖୋର୍ଦ୍ଧା ଜିଲ୍ଲାର ଯୋଗ ପ୍ରଚାରିକା ମିନତୀ ସାହୁଙ୍କ ନେତୃତ୍ବରେ କଲୋନୀର ମହିଳା ଓ ପୁରୁଷମାନେ ଯୋଗ ଦିବସ ପାଳନ କରିଛନ୍ତି । କୋରୋନା କଟକଣା ଥିବାରୁ ସମସ୍ତେ ଛାତ ଉପରେ ଯୋଗ କରିଥିଲେ ।

ତେବେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ମିନତୀ ସାହୁ କହିଛନ୍ତି ଯେ, କୋରୋନାରୁ ରକ୍ଷା କେବଳ ଯୋଗ ଦ୍ଵାରା ହିଁ ରୋକାଯାଇପାରିବ । ପ୍ରତ୍ୟେକ ଦିନ ଯୋଗ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ । ଏହାସହ ଯୋଗ ମଣିଷକୁ ବିଭିନ୍ନ ରୋଗରୁ ମୁକ୍ତ କରିବା ସହ ସୁସ୍ଥ ଓ ସରସ ଜୀବନଯାପନ ଦେବାରେ ସଫଳ ହେବ । ଅନ୍ୟ ପର୍ବ ଭଳି ଯୋଗକୁ ଏକ ପର୍ବ ଭାବରେ ପାଳନ କରିବା ଉଚିତ୍ ।

ଆନ୍ତର୍ଜାତୀୟ ଯୋଗ ଦିବସ: କୋରୋନାରୁ ମୁକ୍ତି ଦେବ ଯୋଗ

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ପାଇଁ ସାମାଜିକ ଦୂରତା ନିୟମ ମାନି ଯୋଗ ପାଳନ କରିଛୁ । ସେହିପରି କାର୍ଯ୍ୟକ୍ରମର ଆୟୋଜକ ସଞ୍ଜୟ କୁମାର ନାୟକ କହିଛନ୍ତି ଯେ, ଆମେ ଯୋଗ ଶିବିର ଆୟୋଜନ କରିଛୁ । ସବୁଦିନ ଯୋଗ କରିବା ଫଳରେ ଶରୀର ସୁସ୍ଥ ରହୁଛି । ସମସ୍ତେ ଯୋଗ କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 21, 2020, 12:52 PM IST

ABOUT THE AUTHOR

...view details