ଭୁବନେଶ୍ବର: ସ୍ମାର୍ଟସିଟି ହେବ ସ୍ପୋର୍ଟସ କ୍ୟାପିଟାଲ। ଏ ଦିଗରେ ଆବଶ୍ୟକୀୟ ଭିତ୍ତିଭୂମି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଅଛି ବୋଲି ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନର୍ସ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଶନିବାର ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନର୍ସ ଇଣ୍ଡିଆର ଦିନିକିଆ ପୂର୍ବାଞ୍ଚଳ ସମ୍ମିଳନୀର ଉଦଘାଟନ ଅବସରରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।
ଓଡିଶା ଆଞ୍ଚଳିଚକ ଚାପ୍ଟର ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ୨୪ଟି ଚାପ୍ଟର ଯୋଗଦେଇଥିଲେ । ଦୁଇଟି ବୈଷୟିକ ଅଧିବେଶନରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ଟାଉନ ପ୍ଲାନର୍ସ ଯୋଗ ଦେଇ ଟ୍ରାଞ୍ଜିଟ ଓରିଏଣ୍ଟଡ ଡେଭଲପମେଣ୍ଟ ବିଷୟରେ ଆଲୋଚନା କରିଥିଲେ । ସ୍ମାର୍ଟସିଟିରେ କିଭଳି ଭାବରେ ସ୍ମାର୍ଟ ପ୍ଲାନିଂ ହେବ ସେ ନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗକୁ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଥିଲା । ଭୁବନେଶ୍ବରରେ କମ ଗାଡି ମୋଟରରେ କିଭଳି ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।