ଓଡିଶା

odisha

By

Published : Jan 10, 2021, 1:11 PM IST

ETV Bharat / city

ସ୍ମାର୍ଟସିଟି ଭୁବନେଶ୍ବର ହାତେଇଲା ଆଉ ଏକ ସଫଳତା

ରାଜଧାନୀ ଭୁବନେଶ୍ବରର ସ୍ବଚ୍ଛତା ପାଇଁ ଏହାକୁ ଏକ ବଡ଼ ସଫଳତା ମିଳିଛି । ଅଧିକ ପଢନ୍ତୁ...

Smart City Bhubaneswar achieved another success
ସ୍ମାର୍ଟସିଟି ଭୁବନେଶ୍ବର ହାତେଇଲା ଆଉ ଏକ ସଫଳତା

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରର ମହାନଗର ନିଗମକୁ ମିଳିଲା ଆଉ ଏକ ସଫଳତା । ଭାରତ ସରକାର ଭୁବନେଶ୍ବର ମହାନଗର ନିଗମକୁ ଓଡିଏଫ ପ୍ଲସ ପ୍ଲସ ମାନ୍ୟତା ଦେଇଛନ୍ତି । ତେବେ ଏହି ମାନ୍ୟତା ପାଇବା ଦ୍ବାରା ଚଳିତ ବର୍ଷ ସ୍ୱଚ୍ଛ ସର୍ଭେକ୍ଷଣରେ ଏହା ଅଧିକ ରାଙ୍କ ପାଇବାରେ ସହାୟକ ହେବ ବୋଲି ଜଣାପଡିଛି ।

ସ୍ମାର୍ଟସିଟି ଭୁବନେଶ୍ବର ହାତେଇଲା ଆଉ ଏକ ସଫଳତା

ଭୁବନେଶ୍ବର ସ୍ମାର୍ଟସିଟିର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ଉନ୍ନତିକରଣ ଜାରି ରହିଛି । ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଇ ବିଏମସି ପକ୍ଷରୁ ମଧ୍ୟ ଜାରି ରହିଛି ବହୁବିଧ ସ୍ୱଚ୍ଛ ପରିମଳ କାର୍ଯ୍ୟକ୍ରମ । ଇତିମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଖୁସି ଖବର ସ୍ମାର୍ଟିସିଟିକୁ ମିଳିଛି । ଭୁବନେଶ୍ୱର ମହାନଗର ନିଗମକୁ ଓଡ଼ିଏଫ ପ୍ଲସ ପ୍ଳସ ମାନ୍ୟତା ମିଳିଛି ।

ତେବେ ଏହି ଓଡ଼ିଏଫ ପ୍ଲସ ମାନ୍ୟତା ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଦିଆଯାଇଥାଏ । ସହରରେ ଉତ୍ତମ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜଧାନୀର ମହାନଗର ନିଗମକୁ ଏହି ମାନ୍ୟତା ମିଳିଛି । ଏହି ମାନ୍ୟତା ଚଳିତ ବର୍ଷ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ରାଙ୍କ ବଢାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details